ଅପରାଧନ୍ୟୁଜ୍ରାଜ୍ୟ

କଟକରୁ ପୁଣି ଏକ ଭେଜାଲ କାରଖାନା ଠାବ

ସତ୍ୟଶିଖା (କଟକ) ୩୦/୦୧/୨୦୨୧  : ପୁଣି ଏକ ନକଲି କାରଖାନା ଠାବ । କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ ।

ଖବର ଅନୁଯାୟୀ, କଟକରେ ଦୀର୍ଘ ଦିନ ହେଲା ଏକ ଅପମିଶ୍ରିତ ଘିଅ କାରଖାନା ଚାଲୁଥିଲା । ଯାହାର ଅଭିଯୋଗ ପୋଲିସ ନିକଟରେ ବାରମ୍ବାର ଆସୁଥିଲା, ଅଭିଯୋଗକୁ ଭିତ୍ତି କରି ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଶେଷରେ ଆଜି  କଟକ ସିଡିଓ ସେକ୍ଟର-୯ରେ ଥିବା ଏକ ଅପମିଶ୍ରିତ ଘିଅ କାରଖାନାରେ ଚଢାଉ କରିଛି ପୋଲିସ । ଚଢାଉ ସମୟରେ ପୋଲିସକୁ ୨୭ଟିଣ ନକଲି ଘିଅ ଜବତ ହୋଇଛି । ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ମାସ ହେଲା ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ନକଲି କାରଖାନା କରାଯାଇ, ଭେଜାଲ ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା । ଯାହାର ପ୍ରଭାବ ସିଧା ସାଧାରଣଲୋକଙ୍କ ଉପରେ ପଡୁଥିଲା ।  ପ୍ରଥମେ କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକ ଆଦି ସ୍ଥାନରୁ ନକଲି କାରଖାନା ଠାବ ହୋଇଛି । ଏପରିକି ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି , ଅପମିଶ୍ରିତ ସାମଗ୍ରୀ ଜବତ ହୋଇଥିବା ବେଳେ ଷ୍ଟିକର ମଧ୍ୟ ସିଜ୍‌ ହୋଇଛି ।

Show More
Back to top button