ଖେଳ

କ୍ରୀଡ଼ାବିତଙ୍କ ସହ କଥା ହେଲେ ମୋଦି, କରିବାକୁ କହିଲେ ଏମିତି କାମ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଏକ ଭୟର ପରିବେଶ ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୪୯ ପ୍ରତିଷ୍ଠିତ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି। ମୋଦିଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ ପିଭି ସିନ୍ଧୁ ଓ ଚେସ କିମ୍ବଦନ୍ତୀ ବିଶ୍ୱନାଥ ଆନନ୍ଦ ଭଳି ବ୍ୟକ୍ତି ବିଶେଷ କଥା ହୋଇଛନ୍ତି।

ଏହି ସମୟରେ ମୋଦି ସମସ୍ତଙ୍କୁ ଏକାଠି କରୋନା ମହାମାରୀ ବିରୋଧରେ ଲଢ଼େଇ କରିବାକୁ କହିଛନ୍ତି। ଏଥିସହ କ୍ରୀଡ଼ାବିତମାନେ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ସଚେତନତା ବାଣ୍ଟିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଛନ୍ତି। କ୍ରୀଡ଼ାବିତମାନେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି କରୋନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ ପାଳନ କରିବାକୁ ମୋଦି ସମସ୍ତଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆମ ଦେଶରେ ଲୋକମାନେ କ୍ରୀଡ଼ାବିତମାନଙ୍କୁ ଅନୁସରଣ କରନ୍ତି। ଅଧିକାଂଶ ଲୋକ ସେମାନଙ୍କ ପସନ୍ଦାର ଖେଳାଳିଙ୍କ କଥାକୁ ମାନନ୍ତି। ତେଣୁ ମୋଦି ଏହି କ୍ରୀଡ଼ାବିତଙ୍କ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖି ଆଜି ଭିଡିଓ କନଫରେନ୍ସିଂ କରିଛନ୍ତି।

ମୋଦିଙ୍କ ସହ କଥା ହୋଇଥିବା କ୍ରୀଡ଼ାବିତଙ୍କ ମଧ୍ୟରେ ମୀରା ବାଈ ଚାନୁ, ଶୁଟର ଗଗନ ନାରଙ୍ଗ, କବାଡ଼ି ଖେଳାଳି ଅଜୟ ଠାକୁର, ବ୍ୟାଡମିଣ୍ଟନ ଖେଳାଳି ସାଇ ପ୍ରଣୀତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ଯୁବରାଜ ସିଂହ, ଜାହିର ଖାନ, ରୋହିତ ଶର୍ମା, ବୀରେନ୍ଦ୍ର ସେହୱାଗ, ମହମ୍ମଦ ଶାମି, ଚେତେଶ୍ୱର ପୂଜାରା, ହୀମା ଦାସଙ୍କ ଭଳି ଖେଳାଳି ରହିଛନ୍ତି।

[ad_2]
Show More
Back to top button