ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୨୯/୦୧/୨୦୨୧ :

ମେଷ – ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ । ସ୍ୱାସ୍ଥ୍ୟ ସମ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ବୃଷ – ତୃତୀୟାଧିପ ସ୍ୱଗୃହରୁ ଅଷ୍ଟମସ୍ଥ ହେତୁ ସମ୍ପର୍କୀୟମାନେ ବିରୁଦ୍ଧାଚରନ କରିବେ । କର୍ମଭାବରେ ଶୁଭତ୍ୱ କାର୍ଯ୍ୟ ସାଧନରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ମିଥୁନ – ଧନାଧିପ ଭାଗ୍ୟସ୍ଥ ହେତୁ ଅର୍ଥଲାଭର ସୁଯୋଗ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କର୍କଟ – ଆଜି ଅଷ୍ଟମଚନ୍ଦ୍ର କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ । ଟଙ୍କା ପଇସାର ଅଭାବ ଓ ଧାର କରଜ ହେତୁ ମନ ବିବ୍ରତ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ସିଂହ – ପାରିବାରିକ କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ । ଆଜି ଅଷ୍ଟମଚନ୍ଦ୍ର ଆପଣଙ୍କୁ ଅନ୍ୟମନସ୍କ କରାଇପାରେ । ମାନସିକ ସ୍ଥିତି ଠିକ୍ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

କନ୍ୟା – କେତୁଙ୍କ କୁପ୍ରଭାବରୁ କୌଣସି ଅପରିଚିତ ଲୋକ ମିତ୍ରତା ଛଳରେ ପାଖେଇ ଆସିପାରେ । ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ତୁଳା – ଗୁରୁକ୍ଷେତ୍ରସ୍ଥ ଶୁକ୍ର ନୂତନ କର୍ମାରମ୍ଭ ପାଇଁ ଆପଣଙ୍କୁ ଅନୁପ୍ରେରିତ କରିବ । ଅବହେଳାଜନିତ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବିଛା – ଆଜିର ଚତୁର୍ଥଚନ୍ଦ୍ରଜନିତ ବିଭିନ୍ନ ପ୍ରକାରର ସମସ୍ୟାରେ ପଡି ବିରସ ମନରେ ରହିବାକୁ ପଡିପାରେ । କୌଣସି ସାଧାରଣ ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭ ଅଙ୍କ ପିଚ୍ । ଶୁଭ ଅଙ୍କ ୫ ।

ଧନୁ – ଶୁକ୍ରଙ୍କ ସୁପ୍ରଭାବରୁ ହସଖୁସିରେ ସମୟ ଅତିବାହିତ ହେବା ସଙ୍ଗକୁ ମନୋରଞ୍ଜନର ମଉକା ମିଳିପାରେ । ମନ ଅଶାନ୍ତ ରହିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ମକର – ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଶାରୀରିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରନ୍ତି । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ – ଆଜି ଷଷ୍ଠାଧିପ ରାଶିରେ ସ୍ୱାସ୍ଥ୍ୟହାନି, ଶତ୍ରୁତା କିମ୍ବା ଋଣବୋଝରୁ ମନ ଦୋଦୁଲ୍ୟମାନ ରହିବ । ପୂର୍ବାଷାଢା ନକ୍ଷତ୍ର ଯୁଆଡେ ଯାଆନ୍ତୁ ସଫଳତା ଅବଶ୍ୟ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ମୀନ – ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଟିକିଏ କଥାରେ ରାଗି କାହାକୁ କିଛି କହି ଦେବା ସମସ୍ୟାର କାରଣ ହୋଇପାରେ । ଆନୁଷ୍ଠାନିକ କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

Show More
Back to top button