ଅପରାଧନ୍ୟୁଜ୍ରାଜ୍ୟ

ଭଦ୍ରକରେ ମହିଳାଙ୍କ ସମେତ ୪ ନିଶା ବେପାରୀ ଗିରଫ

ସତ୍ୟଶିଖା (ଭଦ୍ରକ) ୨୭/୦୧/୨୦୨୧ : ରାଜ୍ୟର ପ୍ରମୁଖ ସହରମାନଙ୍କରେ ବେଧଡ଼କ ଚାଲିଛି ନିଶା କାରବାର । ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ଭଦ୍ରକ ପୋଲିସ । ଭଦ୍ରକ  ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଖାଲି ସେତିକି ନୁହେଁ ନିଶା କାରବାର ସାମ୍ରାଜ୍ୟରେ ଏମାନେ ସାଜିଛନ୍ତି ବାଦଶାହ । ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍‌ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ ।

ପୋଲିସର ସୂଚନା ମୁତାବକ, ଦୀର୍ଘଦିନ ଧରି ଭଦ୍ରକ ସହରରେ ଏମାନେ ନିଶା କାରବାର ଚଳାଇ ଆସୁଛନ୍ତି । ଏ ସଂପର୍କରେ ଜାଣିବା ପରେ ନିଶା ବେପାରୀଙ୍କୁ କାବୁ କରିବାକୁ ଭଦ୍ରକ ପୋଲିସ ଆରମ୍ଭ କରିଥିଲା ଅପରେସନ୍ । ଟାଉନ ଥାନା ପୋଲିସର ଏକ ଟିମ୍ ସହରାଞ୍ଚଳ ଥାନା ଅଧିକ ବିଭିନ୍ନ ସ୍ଥାନରେ ଚାଲିଥିବା ନିଶା କାରବାର ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୨୪ଟି ପ୍ୟାକେଟ୍‌ରୁ ୬୧ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ୧୭ଟି କିପ୍ୟାଡ୍‌ ଫୋନ୍‌ ଏବହ ୫ଟି ସ୍କ୍ରିନ୍‌ ଟଚ୍‌ ମୋବାଇଲ ମଧ୍ୟ ଜବତ ହୋଇଛି । ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ଗତକିଛି ଦିନ ତଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଏକ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଥିଲା । ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଥିଲେ ।

Show More
Back to top button