

ସତ୍ୟଶିଖା (ଭଦ୍ରକ) ୨୬/୦୧/୨୦୨୧ : ନଦୀରେ ଭାସୁଛି ନବଜାତ ଶିଶୁ ପୁତ୍ରର ମୃତଦେହ । ଶାଢ଼ୀରେ ଘୋଡାଇ ପେଟି ଭିତରେ ପୁରାଇ କେହି ଶିଶୁ ପୁତ୍ରକୁ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାଅନୁସାରେ, ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହି ଘାଟ ନିକଟରେ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହା ଦେଖିଥିଲେ । ତେବେ ଶିଶୁ ପୁତ୍ରଟି ନବଜାତକ ବୋଲି ସୂଚନା ମିଳିଛି । ଏମିତି କି ତାର ନାଭି ମଧ୍ୟ କଟାଯାଇ ନାହିଁ । ତେବେ ଶିଶୁ ପୁତ୍ରକୁ ଶାଢ଼ୀରେ ଘୋଡାଇବା ପରେ ଏକ ପେଟିରେ ଭର୍ତ୍ତି କରି ନଦୀକୁ ଫିଙ୍ଗା ଯାଇଛି ବୋଲି ସନ୍ଦେହ କରାଯାଉଛି । ପେଟିଟି ଭାସିଯାଇଥିବା ବେଳେ ଶାଡୀରୁ ବାହାରି ମୃତଦେହଟି ପାଣି ରେ ଭାସୁଛି ।