

ସତ୍ୟଶିଖା ୨୩/୦୧/୨୦୨୧ : ରାଜଧାନୀ ଉପକଣ୍ଠରେ କଳା ପଲ୍ସର୍ ଲୁଟେରା ଗ୍ୟାଙ୍ଗ୍ ପୁଣି ସକ୍ରିୟ ହୋଇ ଉଠିଛନ୍ତି । ରଘୁନାଥପୁର ଗ୍ରାମ ନିକଟ ବୁଢ଼ାନାଳ ବ୍ରିଜ୍ ପାଖରୁ ପ୍ରାତଃଭ୍ରମଣରେ ଆସିଥିବା ଜଣେ ମହିଳାଙ୍କଠାରୁ ଏକ ସୁନା ଚେନ୍ ଓ ସୁନା ବ୍ରେସଲେଟ ଲୁଟି ନେଇଛନ୍ତି । ନନ୍ଦନକାନନ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଇନ୍ଫୋସିଟି ଥାନା ତପସ୍ବିନୀ ଇନକ୍ଲାଭରେ ରହୁଥିବା ଶ୍ରାବଣୀ ପଟ୍ଟନାୟକ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରାତଃଭ୍ରମଣରେ ଆସିଥିଲେ । ବୁଢ଼ାନାଳ ବ୍ରିଜ୍ ନିକଟରେ ହଠାତ୍ ତିନି ଜଣ ଯୁବକ ଏକ କଳା ରଙ୍ଗର ପଲ୍ସର୍ରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ସହିତ ଏକ ସୁନା ଚେନ୍ ଓ ଏକ ସୁନା ବ୍ରେସଲେଟ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ । ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ।