ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ସକାଳ ଜଳଖିଆ ପାଇଁ ଏହି ୧୪ ପ୍ରକାର ଭାରତୀୟ ଖାଦ୍ୟ ଉପଯୁକ୍ତ

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ଖାଦ୍ୟରେ ସକାଳ ଜଳଖିଆ ବେଶ୍ ଗୁରୁତ୍ବ ବହନ କରିଥାଏ । ସକାଳ ଜଳଖିଆ ସାରା ଦିନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସକାଳ ଜଳଖିଆରେ ଓଟ୍ସ ଏବଂ ସ୍ମୁଦିଜ ବେଶ୍ ଭଲ ଖାଦ୍ୟ ଭାବରେ ଅନେକ ଲୋକପ୍ରିୟତା ହାସଲ କରିଛି । ପାରମ୍ପରିକ ଭାରତୀୟ ଖାଦ୍ୟ ମଧ୍ୟ ଭଲ ଜଳଖିଆ ହୋଇପାରେ ।

ଦଲିଆ : ପନିପରିବା ଦଲିଆ ହେଉଛି ଏକ ଭାରତୀୟ ଖାଦ୍ୟ । ଏଥିରେ ଫାଇବର ପରିମାଣ ଅଧିକ ହେତୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଉପମା : ଉପମା ହେଉଛି ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ । ଏହା ସେମୋଲିନିଆରୁ ପ୍ରସ୍ତୁତ ହୋଇଥାଏ । ଏହା ଶରୀରକୁ ଯଥେଷ୍ଟ ପରିମାଣର ଶକ୍ତି ଯୋଗାଇଥାଏ ।ଥେପଲା : ଗୁଜୁରାଟୀ ଥେପଲା ବେଶ୍ ପସନ୍ଦଯୋଗ୍ୟ ଖାଦ୍ୟ । ଏକ ଉତ୍ତମ ଖାଦ୍ୟ ଭାବେ ପରିଗଣିତ ହୁଏ । ଲୋକମାନେ ଏହାକୁ ବେଶ ପସନ୍ଦ କରଥାନ୍ତି । ଏହା ଗହମ, ଧନିଆ ପତ୍ର, ମେଥି ପତ୍ର ଏବଂ ହଳଦୀ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ । ଏହା ଖାଦ୍ୟପ୍ରିୟ ଲୋକଙ୍କ ପାଇଁ ଉପଯୁକ୍ତ ।ସ୍ପ୍ରାଉଟ୍ ସାଲାଡ୍ : ଖାଦ୍ୟରେ ସ୍ପ୍ରାଉଟ୍ ସାଲାଡ୍ ଉପଯୁକ୍ତ ପସନ୍ଦ । ଏଥିରେ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ ଭରପୁର ହୋଇ ରହିଥାଏ । କୌଣସି ପୁଷ୍ଟିକର ଖାଦ୍ୟ ଅଥବା ସିଝା ଅଣ୍ଡା ଏହାକୁ ଖଆନ୍ତୁ ।ପୋହା : ପୋହାରେ ଅଧିକ  ଫ୍ୟାଟ୍, ପ୍ରୋଟିନ୍, କାର୍ବନ୍ ରହିଥାଏ । ଏଥିରେ ଲଙ୍କା ଏବଂ ବାଦାମ ମିଶାଇ ଖାଆନ୍ତୁ ଶରୀର ସୁସ୍ଥ ରହିଥାଏ ।ପନିର ଭୁର୍ଜି : ଏହା ଖୁବ୍ କମ୍ କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ । ଏଥିରେ ପନିପରିବା ମିଶାଇ ଖାଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ପେଟପୂରା ରହିଥାଏ ।ଆଳୁ ଏବଂ ପାଳଙ୍ଗ ପୁରି : ପାଳଙ୍ଗ ଶରୀରରେ ଫାଇବର ଯୋଗାଇ ଥାଏ ଏବଂ ଆଳୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।ଅମଲେଟ୍ ମସଲା : ଗୋଟିଏ ଅଣ୍ଡାରେ ସର୍ବନିମ୍ନ ୬ ଗ୍ରାମ୍ ପ୍ରୋଟିନ୍ ଥାଏ । ଏଥିରେ ପିଆଜ, ଟମାଟୋ, କ୍ୟାପସିକମ୍ ମିଶାଇ ଖାଇବା ଦ୍ବାରା ଉପଯୁକ୍ତ ହୋଇଥାଏ ।ଓଟ୍ସ ପୋହା : ଓଟ୍ ରେ ପ୍ରୋଟିନ୍ ଭରପୁର ହୋଇ ରହିଥାଏ । ଆପଣ ନିଜ ପସନ୍ଦ ଅନୁଯାଇ ଏଥିରେ ପରିବା, ଫଳ ଏବଂ କ୍ଷୀର ମିଶାଇ ଖାଇପାରିବେ ।ପରଟା : ସକାଳ ଜଳଖିଆ ପାଇଁ ପରଟା ଉପଯୁକ୍ତ ଅଟେ । ଫାଇବର, ପ୍ରୋଟିନ୍, କାର୍ବସ ଥିବା ପରଟା ସକାଳ ଜଳଖିଆରେ ସାମିଲ କରିବା ଉପଯୁକ୍ତ ଅଟେ ।

ବେସନ : ସକାଳ ଜଳଖିଆରେ ବେସନ ସାମିଲ କରନ୍ତୁ । ଏଭଳି ପୃଷ୍ଟିକର ଖାଦ୍ୟ ଜଳଖିଆରେ ସାମିଲ କଲେ ତାହା ଶରୀର ପାଇଁ ଉପଯୁକ୍ତ ହୋଇଥାଏ ।

ଇଟଲି, ସମ୍ବର : ଇଟଲି ଓ ସମ୍ବରରେ କାର୍ବନ ଡାଇଅକ୍ସାଇଡ୍, ପ୍ରୋଟିନ୍, ଫ୍ୟାଟ୍, ଫାଇବର ଓ ଭିଟାମିନ୍ ଭରପୁର ହୋଇ ରହିଥାଏ । ଏହାକୁ ସକାଳ ଜଳଖିଆରେ ସାମିଲ କରନ୍ତୁ ।ମୁଗ ଡାଲି, ଚଣା ଡାଲି : ଡାଲି ଜାତୀୟ ଭାରତୀୟ ଖାଦ୍ୟ ସକାଳ ଜଳଖିଆ ପାଇଁ ଉପଯୁକ୍ତ ଅଟେ ।ବିଟ୍ ରୁଟ୍ ଦୋସା : ସକାଳ ଜଳଖିଆ ପାଇଁ ଦୋସା ଉପଯୁକ୍ତ ଅଟେ । ବିଟ୍ ରୁଟ୍ ଦୋସା ସକାଳ ଜଳଖିଆରେ ସାମିଲ କରନ୍ତୁ ।

Show More
Back to top button