ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ହୋଟେଲ ଓ ରେଷ୍ଟୁରାଣ୍ଟକୁ କଡା ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟକୁ କଡା ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ୭ ଦିନ ଭିତରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଦୋକାନ ସମ୍ମୁଖରେ ଲଗାଇବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଦୋକାନୀ ନିୟମ ନ ପାଳନ କରନ୍ତି ତେବେ କଡା ଆଭିମୁଖ୍ୟ ନିଆଯିବ ବୋଲି ନୋଟିସ୍ ରେ ଦର୍ଶାଯାଇଛି । ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ ସହ ସମ୍ପୃକ୍ତ ଦୋକାନୀଙ୍କ ନାଁରେ ବିଏମସି ମାମଲା ରୁଜ୍ଜୁ କରିବ ।ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ଛତୁ ଫୁଟିଲା ଭଳି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିଛି । ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ହାସଲ କରିନଥିବା ବେଳେ କିଛି ଏହାର ଗାଇଡ୍ ଲାଇନ୍ ପାଳନ କରୁନାହାନ୍ତି । କିଛି ସ୍ଥାନରେ ନିମ୍ନ ମାନର ଖାଦ୍ୟ ସହ ବାସି ଖାଦ୍ୟ ମଧ୍ୟ ଲୋକଙ୍କୁ ପରସା ଯାଉଛି । ତେବେ କିଛି ଲାଭଖୋର ବ୍ୟବସାୟୀମାନେ ବିନା ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ସହ ବେଶ୍ ଲାଭବାନ୍ ହେଉଛନ୍ତି । ସେହି ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ନିମ୍ନମାନର ଖାଦ୍ୟ ତଥା ବାସି ଖାଦ୍ୟ ଲୋକଙ୍କୁ ଦିଆଯାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ତେଣୁ ବିଏମସି ପକ୍ଷରୁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Show More
Back to top button