ନ୍ୟୁଜ୍ରାଜ୍ୟ

ଏଣିକି କିନ୍ନର କାଟିବେ ପାର୍କିଂ ଚାଲାଣ

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ଆଜି ଏକ ନୂଆ ପଦକ୍ଷେପ ସ୍ଵରୁପ ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ବିଏମ୍‌ସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧରୀ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି । ସଂପୃକ୍ତ ସଂଗଠନ ଟିଜି ସ୍ୱୀକୃତର ଆବେଦନକୁ ବିଚାରକୁ ନେଇ ଏହି ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ଷ୍ଟପ୍ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏମସିର ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । କିନ୍ନର ଅନ୍ତର୍ଭୁକ୍ତିକରଣ ଏବଂ ମୁଖ୍ୟସ୍ରୋତାଭୀମୁଖୀ କରାଇବାର ଆଭିମୁଖ୍ୟ ଏବଂ ରହିଥିବା ସୁଯୋଗ ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ କରିବାର ପ୍ରଚେଷ୍ଟା ସ୍ଵରୁପ ଏହି ପଦକ୍ଷେପ ନିଆଯାଇଛି । ଏହା ଏକ ରାଜସ୍ଵ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ନିୟମିତ ପ୍ରକ୍ରିୟାରେ ଏହି କାର୍ଯ୍ୟକ୍ରମର ତଦାରଖ କରାଯିବ ।

ତେବେ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି ପାର୍କିଲଟ୍ ଯାହାକି- ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ । ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ ।

ସେହିପରୁ ଦ୍ଵିତୀୟ ପାର୍କିଂ ଲଟ୍ ହେଲା ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟାଛକ ପର୍ଯ୍ୟନ୍ତ । ଏଥିରେ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା- ହୋଟେଲ୍ ସ୍ଵସ୍ତି ବୀପରିତ ପାର୍ଶ୍ବରେଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ, ନରୁଲା ଜେନେରାଲ୍ ଷ୍ଟାର୍ ସମୁଖରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କଂ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ହୋଟେଲ୍ କେଶରୀ ସମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ ।

ତେବେ ଏହି ପାର୍କିଂ ଲଟ୍ ଗୁଡିକ ଦୁଇମାସ ପାଇଁ ପରୀକ୍ଷା ମୂଳକ ଭାବେ ଦିଆଯାଇଛି ବୋଲି କହିଛନ୍ତି ଡେପୁଟି କମିଶନର ରାଜସ୍ଵ ଶ୍ରୀମନ୍ତ ମିଶ୍ର । ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ଟ. ୨, ୨୩, ୦୦୦ ଏବଂ ଦ୍ଵିତୀୟ ପାର୍କିଂ ଇଟ୍ ପାଇଁ ମାସିକ ୧,୪୬,୦୮ ରହିଛି । ସଂପୃକ୍ତ ସଂସ୍ଥା ଏହି ଦେୟ ବିଏମ୍‌ସିକୁ ଗୋଟିଏ ମାସ ପୁରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣାକରିବେ । ଏଥିପାଇଁ ଟିଜି ସୀକୃତି ଟ.୭,୩୮୦/- ସିକ୍ୟୁରିଟି ଡିପୋଜିଟ୍ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Show More
Back to top button