

ସତ୍ୟଶିଖା ୨୧/୦୧/୨୦୨୧ : ଗଜପତି ଜିଲ୍ଲାରେ ଜାରି ରହିଛି ଅପରେନସନ ଗ୍ରୀନ୍ କ୍ଲିନ୍ । ଜିଲ୍ଲାରେ ପୁଣି ୬୦ଏକରର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨କୋଟି ଟଙ୍କା ହେବ ବୋଲି ସୂଚନା ରହିଛି ।
ଖବର ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ କୁମୁଳିସିଂ ଗାଁରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗକୁ ଖବର ମିଳିଥିଲା । ଖବର ମିଳିବା ପରେ ଉକ୍ତ ଗାଁରେ ପୋଲିସ ଓ ଅବକାରୀ ବିଭାଗ ଏକକାଳୀନ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୬୦ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବାର ଜଣାପଡିଥିଲା । ଯାହାକୁ ପୋଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୨କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଲଗାତର କିଛି ଦିନ ହେଲା ଗଜପତି ଜିଲ୍ଲାରେ ଅପରେନସ ଗ୍ରୀନ୍ କ୍ଲିନ୍ ଜାରି ରହିଛି । ଜଙ୍ଗଲରେ ବେଆଇନ୍ ଭାବେ ଗଞ୍ଜେଇ ଚାଷ୍ଟକୁ ନଷ୍ଟ କରୁଛନ୍ତି ଅବକାରୀ ବିଭାଗ ଓ ପୋଲିସ । ସମସ୍ତ ଚାଷ ପୋଲିସ ଓ ଅବକାରୀ ବିଭାଗ ଠାରୁ ଲୁଚି ଜଙ୍ଗଲ ମଧ୍ୟରେ ଚାଷ କରାଯାଉଛି । ଯାହାଫଳରେ କି ବେଆଇନ୍ ଗଞ୍ଜେଇ କାରବାର ବୃଦ୍ଧି ପାଉଛି ।