ଅପରାଧନ୍ୟୁଜ୍ରାଜ୍ୟ

ସାଲିଆସାହିରୁ ୫ଶହ ଲିଟର ମଦ ଜବତ

ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ରାଜଧାନୀରୁ ବିପୁଳ ପରିମାଣର ମଦ ଜବତ। ଭୁବନେଶ୍ୱର ସାଲିଆସାହିରୁ ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଅନେକ ପରିମାଣର  ପୋଚ ଜବତ ହେବା ସହ ୧୩ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ସାଲିଆସାହିରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି । ଚୋରା ମଦ କାରବାରରେ ସଂପୃକ୍ତି ଥିବା ନେଇ ୧୩ଜଣଙ୍କୁ ଗିରଫ କରାଯାଇଛି ।

Show More
Back to top button