ନ୍ୟୁଜ୍ବାଣିଜ୍ୟରାଜ୍ୟ

କାରର ମୂଲ୍ୟ ବଢ଼ାଇଲା ମାରୁତି ସୁଜୁକି

ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ଭାରତର ଅଗ୍ରଣୀ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ସୋମବାର ଏକ ବଡ଼ ଘୋଷଣା କରିଛି । ଆଜିଠାରୁ ମାରୁତି ସୁଜୁକି କାରର ଦାମ ବୃଦ୍ଧି କରିିଥିବା କହିଛି କମ୍ପାନି । କାରରେ ବ୍ୟବହୃତ ହେଉଥିବା କଞ୍ଚାମାଲର ଦାମ ବଢ଼ୁଥିବା ହେତୁ ମାରୁତି ସୁଜୁକି ନିଜ ମଡେଲର ମୂଲ୍ୟ ୩୪,୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆଜିଠାରୁ ଏହି ମୂଲ୍ୟ ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି କମ୍ପାନି ସ୍ପଷ୍ଟ କରିଛି ।

କମ୍ପାନି ସ୍ପଷ୍ଟ କରିଛି ଯେ, “କଞ୍ଚାମାଲର ଦାମ ବୃଦ୍ଧି ହେତୁ କିଛି ମଡେଲଗୁଡିକର ମୂଲ୍ୟ ବୃଦ୍ଧି କରାଯାଇଛି । ବିଭିିନ୍ନ ମଡେଲ ପାଇଁ ଭିନ୍ନ ମୂଲ୍ୟ ବୃଦ୍ଧି କରାଯାଇଛି, ଯାହାକୁ ୩୪,୦୦୦ ଟଙ୍କା ଭିତରେ ସୀମିତ ରଖାଯାଇଛି । ଗତ ମାସରେ କମ୍ପାନି ଘୋଷଣା କରିଥିଲେ ଯେ, ଜାନୁଆରି ୨୦୨୧ରୁ ଏହାର ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି ହେବ । କଞ୍ଚାମାଲର ଦାମ ବୃଦ୍ଧି ହେତୁ କାରର ମୂଲ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ଏହା ଗ୍ରାହକଙ୍କ ଉପରେ କିଛି ପ୍ରଭାବ ପକାଇବା ଆବଶ୍ୟକ ଅଟେ । ଏ ନେଇ ଦାମ ବୃଦ୍ଧି କରାଯିବ । ତେବେ କାର ବିକ୍ରି କରିବାରେ ସମସ୍ୟାର ସାମ୍ନା କରୁୁଥିବା ମାରୁତି ସୁଜୁକି ଏବେ ଦାମ ବୃଦ୍ଧି କରିଛି, ଯାହା ନିଶ୍ଚିିତ ଭାବରେ ବିକ୍ରିି ଉପରେ ଆହୁରି ପ୍ରଭାବ ପକାଇବ ।
Show More
Back to top button