ଅପରାଧନ୍ୟୁଜ୍ରାଜ୍ୟ

ରାକ୍ଷସ ବାପା ! ୭ ବର୍ଷ ହେଲା ଦୁଷ୍କର୍ମ କରୁଥିଲା ବଡ଼ ଝିଅ ସହ

ସତ୍ୟଶିଖା ୧୮/୦୧/୨୦୨୧ : ଏମିତି ବାପ କାହାକୁ ନମିଳୁ ! ବାପ ନୁହେଁ ତ ମଣିଷ ରୂପୀ ରାକ୍ଷସ। ବାପ-ଝିଅର ପବିତ୍ର ସମ୍ପର୍କରେ ଲଗାଇଦେଲା ଦାଗ । ନିଜର ନାବାଳିକା ଝିଅକୁ ଦୀର୍ଘ ୭ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା । ୧୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ସହ ବାରମ୍ବାର ତାକୁ ଗର୍ଭବତୀ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଅମାନୁଷିକ ଘଟଣା ହରିୟାଣାରେ ଘଟିଛି ।

ତେବେ ପୀଡ଼ିତା ଏନେଇ ହିସାର ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭି​‌ଯୋଗ କ୍ରମେ ତାଙ୍କ ବାପା ଜଣେ ମଣିଷ ରୂନୀ ରାକ୍ଷସ । ତାଙ୍କ ସହ ୭ ବର୍ଷ ହେଲା ଦୁଷ୍କର୍ମ କରିବା ସହ ପ୍ରତିବାଦ କରିଲେ ଧମକ ବି ଦେଉଥିଲା ବାପା । କେବଳ ତାଙ୍କ ସହ ନୁହେଁ ବରଂ ତାଙ୍କର ୧୧ ବର୍ଷୀୟା ସାନ ଭଉଣୀ ସହ ମଧ୍ୟ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ବାପା ।

ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ଧାରା ୩୭୬(୨), ୩୭୬ (୨), ୩୧୩,୫୦୬, ୩୨୩ ଓ ୩୫୪-ଏ (୧) ଅଧିନରେ ମାମଲା ରୁଜୁ କରିଛି ପୋଲିସ । ଯେହେତୁ ପୀଡ଼ିତା ଜଣେ ନାବାଳିକା ତେଣୁ ପୋସ୍କୋ ଆକ୍ଟରେ ବି ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ମାମଲା ସମ୍ପର୍କରେ ପଚରା ଉଚରା ଜାରି ରହିଥିବା ଜଣାପଡ଼ିଛି ।

Show More
Back to top button