ଦେଶନ୍ୟୁଜ୍ବିଦେଶ

କରୋନା ଭାଇରସର କାରଣ ଉହାନ ଲ୍ୟାବ୍ !

ସତ୍ୟଶିଖା ୧୮/୦୧/୨୦୨୧ : ଶେଷରେ ସତ ମାନିଲେ ଚୀନ ଗବେଷକ । ଗବେଷଣା ବେଳେ କାମୁଡି ଥିଲା ବାଦୁଡି । ଚୀନ୍‌ର ଉହାନର ‘ଇନଷ୍ଟିଚ୍ୟୁଟ୍‌ ଅଫ ଭାଇାରୋଲୋଜି’ ଗତ ବର୍ଷେ ହେଲା ଚର୍ଚ୍ଚାରେ ରହିଆସୁଛି । କରାଣ ଏଠାରୁ ହିଁ ମାରାତ୍ମକ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି ।

ଏହି ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଥିବା କିଛି ମହଲରୁ ଦାବି ହେଉଛି । ଏବେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ଗୁମର ଖୋଲିଛି । ରିପୋର୍ଟରେ ଦର୍ଶାଯାଇଛି କି, ଉକ୍ତ ଲ୍ୟାବର ଜଣେ ଗବେଷକ ଏକ ଗୁମ୍ଫା ଭିତରେ ପଶି ବାଦୁଡ଼ିଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ଏକ ବାଦୁଡି ତାଙ୍କୁ କାମୁଡ଼ି ଦେଇଥିଲା । ଗବେଷକଜଣଙ୍କ ନିଜେ ଏହା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ବାଦୁଡିକୁ ଧରିବାକୁ ଉଦ୍ୟମ କଲାବେଳେ ସିଏ ତାଙ୍କ ହାତକୁ ଏମିତି କାମୁଡ଼ି ଦେଇଥିଲା ଯେ ତାଙ୍କ ରବର ଗ୍ଲୋଭସ ଦେଇ କେହି ମୋଟା ଛୁଞ୍ଚି ଫୋଡି ଦେଲା ଭଳି ତାଙ୍କୁ ଲାଗିଥିଲା ।

ସେହିପରି ୨୦୧୭ରେ ଚୀନ୍‌ର ଏକ ସରକାରୀ ଟିଭିରେ ପ୍ରସାରିତ ଏକ ଭିଡିଓରେ ଏହି ପ୍ରତିଷ୍ଠାନର ଗବେଷକମାନେ ବିନା ମାସ୍କ ଓ ଗ୍ଲୋଭସରେ ବାଦୁଡ଼ିଙ୍କୁ ଧରୁଥିବାର ଦେଖିବାକୁ ମିଳିଛି । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଚଳିତ ନିୟମର ବିରୁଦ୍ଧାଚରଣ କରୁଛି । ଏସବୁ ତଥ୍ୟ ଆସିବା ପରେ କରୋନା ସଂକ୍ରମଣ ପଛରେ ଉକ୍ତ ପ୍ରତିଷ୍ଠାନର ଭୂମିକା ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତକାରୀ ଟିମ୍‌ ଉପରେ ଚାପ ବୃଦ୍ଧିପାଇବ ବୋଲି ଅନେକ ବିଶେଷଜ୍ଞ କହିଛନ୍ତି ।

Show More
Back to top button