ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ରାଉରକେଲା-କଲୁଙ୍ଗା ଖଇରିବନ୍ଧସ୍ଥିତ କେମିକାଲ କାରଖାନାରେ ଅଗ୍ନିକାଣ୍ଡ

ସତ୍ୟଶିଖା ୧୬/୦୧/୨୦୨୧ :  ରାଉରକେଲା-କଲୁଙ୍ଗା ଖଇରିବନ୍ଧ ସ୍ଥିତ ମେସର୍ସ ଶ୍ରୀୟା ମେଟାଲ ଆଣ୍ଡ କେମିକାଲସ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରାଉରକେଲା ଓ ପାନପୋଷ ଉପଖଣ୍ଡ ଅଗ୍ନିଶମ ବିଭାଗର ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କାରଖାନାରେ ଅଟୋମୋବାଇଲ ଲୁବ୍ରିକାଂଟସ ପ୍ରସ୍ତୁତ ହେଉଥିଲା । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କ୍ଷୟକ୍ଷତିର ଆକଳନ ହୋଇପାରିନଥିବା କହିଛନ୍ତି ରାଉରକେଲା ସହକାରୀ ଅଗ୍ନିଶମ ଅଧିକାରୀ ।

Show More
Back to top button