ନ୍ୟୁଜ୍ରାଜ୍ୟ

ବିଶିଷ୍ଟ ସମାଜସେବୀ ପଦ୍ମଶୀ ପ୍ରକାଶ ରାଓଙ୍କ ଦେହାନ୍ତ

ସତ୍ୟଶିଖା (କଟକ) ୧୩/୦୧/୨୦୨୧ :  ସମାଜସେବୀ ତଥା ପଦ୍ମଶୀ ସମ୍ମାନୀତ ଡି. ପ୍ରକାଶ ରାଓଙ୍କ ଦେହାନ୍ତହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନ ଟ୍ୟୁମର ସହ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଗତ ୨୦ ଦିନ ହେବ ତାଙ୍କୁ ହସ୍ପିଟାଲ​ରେ ଭର୍ତ୍ତି ହୋଇଥିଲେ ।  ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ପ୍ରକାଶ କଟକରେ ରହନ୍ତି । ପେଶାରେ ସେ ଜଣେ ଚା’ ବିକାଳି ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ସେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ ।

ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ ଡାକ୍ତରକାନାକୁ ସବୁଦିନ ଯାଆନ୍ତି । ସେଠାରେ ରୋଗୀମାନଙ୍କର ଯେକୌଣସି ସେବା ଆବଶ୍ୟକ, ସେ ନିଜ ସାଧ୍ୟମତେ କରିଥାନ୍ତି । ଇତିମଧ୍ୟରେ ସେ ୨୧୭ଥର ରକ୍ତଦାନ କରିଥିଲେ । ମୃତ୍ୟୁ ପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ । ଏତବ୍ୟତୀତ, ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଥିଲେ । ସ୍କୁଲର ନାମ ରଖିଥିଲେ “ଆଶା ଆଶ୍ୱାସନା ଗୃହ” ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ଶିକ୍ଷାଦାନ କରନ୍ତି । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢ଼ାଉଥିଲେ । ଚା’ ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରନ୍ତି । ତାଙ୍କର ଏହି ସମାଜସେବା ଦେଖି ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ବଦାନ୍ୟବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।ସ୍ତ୍ରୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟାଙ୍କୁ ନେଇ ପ୍ରକାଶଙ୍କର ପରିବାର । ରାଓଙ୍କର ଅଣଜେଜେ ଡି ଆପାଲସ୍ୱାମୀ କାକିନାଡାରୁ ଆସି କଟକରେ ରହିଥିଲେ । ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି । “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ପରିଚାଳକ । ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ । ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ ।

Show More
Back to top button