ଖାଦ୍ୟନ୍ୟୁଜ୍ରାଜ୍ୟ

ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା ପ୍ରତିବନ୍ଧକ ଭୁବନେଶ୍ୱରରେ

ସତ୍ୟଶିଖା (ଭୁବନେଶ୍ୱର) ୧୩/୦୧/୨୦୨୧ : ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଏହି ପ୍ରତିବନ୍ଧକ ଲଗାଇଛି ବିଏମସି । ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ କୁହାଯାଇଛି । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।କଥାହେଲା ଭୁବନେଶ୍ୱକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Show More
Back to top button