
ସତ୍ୟଶିଖା (କଟକ) ୧୨/୦୧/୨୦୨୧ : ହାଇକୋର୍ଟରେ ନୟାଗଡ ‘ପରୀ’ ହତ୍ୟା ମାମଲା । ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଏସଆଇଟି ଅଧିକ ସମୟ ମାଗିଲା । ଡିସେମ୍ବର ୧୬ରେ ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟ ଖୋଲାଯାଇଥିବା ଜଣାପଡିଛି । ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି । ଗତ ୧୬ ତାରିଖରେ ନୟାଗଡ ପରୀ ହତ୍ୟା ଘଟଣାର ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ଏସ୍ଆଇଟି । ଅଭିଯୁକ୍ତଙ୍କ ଗିରଫଦାରୀ ଓ ତ୍ବରିତ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ରେ ଗଁ। ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା । ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ୧ରୁ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତାର ତଦନ୍ତ ଜାରି ରଖିଛି ।