

ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଅର୍ଥ ବ୍ୟବସ୍ଥା ଉପରେ କରୋନା ମାଡ଼ । କରୋନା ଉଜାଡିଦେଇଛି ଭାରତୀୟ ଅର୍ଥନୀତି । ଦେଶରେ ଜିଡିପି ତଳମୁହାଁ ହୋଇଥିବା ବେଳେ ଏବେ ବେକାରି ହାର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଦେଶରେ ବେକାରି ପ୍ରତିଶତ ବଢିବାରେ ଲାଗିଛି ।
ଦେଶର ଚଳିତ ବର୍ଷ ଡିସେମ୍ବରରେ ବେକାରି ହାର ୯.୧%କୁ ବୃଦ୍ଧି ପାଇଛି । ଜୁନ୍ରୁ ଅର୍ଥନୈତିକ ସୁଧାର ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଏହା ସର୍ବୋଚ୍ଚ ସ୍ତର । ଏହା ନଭେମ୍ବରରେ ୬.୫% ଥିଲା । ଗ୍ରାମୀଣ ଭାରତରେ ବେକାରି ହାର ସର୍ବାଧିକ ରହିଛି । ଏଭଳି କ୍ଷେତ୍ରରେ ଆର୍ଥିକ ସୁଧାର ଧିମେଇବା ଆଶଙ୍କା ରହିଥିବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ପ୍ରକାଶ କରିଛି ।
ସିଏମ୍ଆଇଇ ଅନୁସାରେ, ଗତ ଡିସେମ୍ବରରେ ସହରାଞ୍ଚଳ ବେକାରି ହାର ୮.୮୪%କୁ ବୃଦ୍ଧି ପାଇଛି । ଯାହାକି ନଭେମ୍ବରରେ ୭.୦୭% ଥିଲା । ଆଲୋଚ୍ୟ ସମୟରେ ଗ୍ରାମୀଣ ବେକାରି ହାର ୯.୧୫%କୁ ବୃଦ୍ଧି ପାଇଛି, ଯାହାକି ନଭେମ୍ବରରେ ୬.୨୪% ଥିଲା । ଡିସେମ୍ବରରେ ନିଯୁକ୍ତି ସଂଖ୍ୟାରେ ୪୮ ଲକ୍ଷ ହ୍ରାସ ଘଟିଛି ।