ଦେଶ

ଦୁଇ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଷଡ଼ଯନ୍ତ୍ର ବିଫଳ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏମାନଙ୍କ ପାଖରୁ ପିସ୍ତଲ ସହିତ ହାତ ବୋମା ଏବଂ ଗୋଳା ବାରୁଦ ଜବତ କରିଛି। ଗିରଫ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପଟ୍ଟନ ନଗରରେ ଗାଡ଼ି ଚେକିଂ ହେଉଥିବା ବେଳେ ପୁଲିସ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି। ପୁଲିସ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା। ହେଲେ ସନ୍ତୋଷଜନକ ଉତ୍ତର ନଦେଇପାରିବାରୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ନାମ ଶୌକତ ମୀର ଏବଂ ଶୌକତ ୟାଟଟୁ।

[ad_2]
Show More
Back to top button