ଆଉ ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ ଖେଳିବେନି ଏହି ବୋଲର


ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଅଫ ସ୍ପିନର ଡେନ୍ ପିଟ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ଆମେରିକାକୁ ବିଶ୍ୱକପ କ୍ରିକେଟ ଖେଳାଇବା ଦିଗରେ ସେ ସମସ୍ତ ପ୍ରକାରର ଉଦ୍ୟମ କରିବେ ଓ ଏଥିପାଇଁ ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିବେ ନାହିଁ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ
ଦକ୍ଷିଣ ଆଫ୍ରିକା ପାଇଁ ୯ଟି ମ୍ୟାଚ୍ରେ ପ୍ରତିନିଧ୍ୱତ୍ୱ କରିଥିବା ପିଟ୍ ଆସନ୍ତା ଗୋଟିଏ ମାସ ମଧ୍ୟରେ ଆମେରିକା ଚାଲିଯିବେ। ଏଠାରେ ଆରମ୍ଭ ହେବାକୁ ଥିବା ମାଇନର ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ଅଂଶ ଗ୍ରହଣ କରିବେ।
ସେ କହିଛନ୍ତି, “ଆମେରିକା ଗତବର୍ଷ ଦିନିକିଆ ଟିମ୍ର ମାନ୍ୟତା ପାଇଛି। ତେଣୁ ଆମେରିକା ଗୋଟିଏ ଦିନ ବିଶ୍ୱକପ ଖେଳିବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ମୁଁ ଏହି ବଡ଼ ନିଷ୍ପତ୍ତି ନେଇଛି। ଆଜି ସକାଳେ ମୁଁ ମାଇନର ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚୁକ୍ତି କରିଛି। ହେଲେ ମୁଁ କେବେ ସେଠାକୁ ଗସ୍ତ କରିବି ଜାଣିନାହିଁ। ମୋ ପାଇଁ ଏହା ଏକ ସୁଯୋଗ। ମୁଁ ଏହାକୁ ହାତ ଛଡ଼ା କରିବାକୁ ଚାହୁଁନାହିଁ।”