ନ୍ୟୁଜ୍ରାଜ୍ୟଶିକ୍ଷା

ମାଟ୍ରିକ୍ ଫର୍ମ ପୂରଣ ଆସନ୍ତା ଜାନୁଆରୀ ୧୦ ତାରିକରୁ

ସତ୍ୟଶିଖା (କଟକ) ୦୬/୦୧/୨୦୨୧ : ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା ।  ବିନା ଜରିମନା ସହ ଫର୍ମ ପୂରଣର ଶେଷ ତାରିଖ ୨୮ ଜାନୁଆରୀ  । ଜରିମନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ ।ସୂଚନାଯୋଗ୍ୟ ଯେ, ଆସନ୍ତା ମେ’ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ରବିବାର-ଶନିବାର ସ୍କୁଲରେ ପାଠପଢା ହେବ। ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଜାରି ରହିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲରେ ୧୦୦ଦିନ ଛାତ୍ରଛାତ୍ରୀ ପାଠ ପଢିବେ।

Show More
Back to top button