

ସତ୍ୟଶିଖା (ଗଞ୍ଜାମ) ୦୪/୦୧/୨୦୨୧ : ଦୀର୍ଘ ୧୦ ମାସ ହେବ ରାଜ୍ୟର ସମସ୍ତ ଦେବାଳୟ ବନ୍ଦ ରଖାଯାଇଥିଲା । କୋଭିଡ ମହାମାରୀ ପାଇଁ ସଂକ୍ରମଣ ନ ବ୍ୟାପିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯିବା ସହ ନିୟମାବଳୀ ଗ୍ରହଣ କରାଯାଇଥିଲା । ମାତ୍ର ଶ୍ରୀମନ୍ଦିର ଖୋଲାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନ ସହ ଆଜି ଠାରୁ ଗଞ୍ଜାମରେ ଖୋଲିଲା ସମସ୍ତ ମନ୍ଦିର । କୋଭିଡ ଗାଇଡଲାଇନ ମାନି ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି । କରୋନା କଟକଣା ମଧ୍ୟରେ ଖୋଲିଛି ମନ୍ଦିର । ଗଞ୍ଜାମ ବ୍ରହ୍ମପୁରର ପ୍ରସିଦ୍ଧ ନୀଳକଣ୍ଠ ନଗର ଶିବ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ଦର୍ଶନ ଆରମ୍ଭ କରିଛନ୍ତି ।