ରାଜ୍ୟ

ରେଫ୍ରିଜେଟର ଦୋକାନରେ ଅଗ୍ନିକାଣ୍ଡ | Satyasikha

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ଉଦତନଗରରେ ଥିବା ଏକ ରେଫ୍ରିଜେଟର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର  ସାମଗ୍ରୀ ପୋଡ଼ି ଯାଇଛି। ଏଠାରେ  ଫ୍ରିଜ୍‌ ମଧ୍ୟ ମରାମତି କରାଯାଉଥିଲା।

ଆହୁରି ପଢ଼ନ୍ତୁ

ଲଗ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିଥିଲା।  ଆଜି ଦିନ ପ୍ରାୟ ୧୨ଟା ବେଳେ ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା  ଅନୁମାନ କରାଯାଉଛି।

[ad_2]
Show More
Back to top button