

ସତ୍ୟଶିଖା ୦୧.୦୧.୨୦୨୧ : ଭୁବନେଶ୍ୱର : ନୂଆ ବର୍ଷ ରେ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ତ୍ରିପାଠୀ ଙ୍କ ଅବସର ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍ ତ୍ରିପାଠୀ ଦାୟିତ୍ୱ ତୁଲାଇବେ ।
ଅବସର ନେବା ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତବର୍ଷ ଅଗଷ୍ଟରେ ସେ ମୁଖ୍ୟ ଶାସନ ସଚିବ ପଦରେ ଯୋଗ ଦେଇଥିଲେ । ଯୋଗ ଦେବା ସମୟରେ ଫାଇଲ୍ କାର୍ଯ୍ୟ ଜୋରରେ ହେବ ବୋଲି କହିଥିଲେ । ତାଙ୍କ ସମୟ ଭିତରେ ଫାଇଲ୍ କୌଣସି ଜାଗାରେ ଅଟକି ନାହିଁ । ବିଶେଷ କରି କରୋନା ମହାମାରୀ ମୁକାବିଲା ସମୟରେ ଦକ୍ଷତା ପ୍ରମାଣିତ ହୋଇଛି । ସୁଚିନ୍ତିତ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରୋନାର ସଫଳ ମୁକାବିଲା କରାଯାଇପାରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଆଜି ନୂଆ ବର୍ଷ ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ରୂପେ ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ ।