ଅପରାଧରାଜ୍ୟ

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ

ସତ୍ୟଶିଖା (କଳାହାଣ୍ଡି/ଧର୍ମଗଡ଼) ୨୮/୧୨/୨୦୨୦ : ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀନ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ଚଢାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ  ବାଲେଶ୍ୱର ନାଏକ ଙ୍କ ବାସଭବନ,  ଭବାନୀପାଟଣା ଗୋଦାମ ଗୃହ ପଡା, ଥୁଆପଦାର ପଞ୍ଚାୟତ କାର୍ଯ୍ୟାଳୟ ସମେତ ନିଜ ପୈତୃକ ଗାଁ କଲମପୁର ବ୍ଳକ ଭେଳା ଗାଁରେ ଏକାକାଳୀନ ଚଢାଉ ଜାରି ରହିଛି ।

ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ରାୟଗଡା ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଭବାନୀପାଟଣା ଭିଜିଲାନ୍ସ  ଇନ୍ସପେକ୍ଟର ପ୍ରମିଳା ସୁନା, ଜୟପାଟଣା ଭିଜିଲାନ୍ସ ଇନ୍ସପେକ୍ଟର  ବି.କେ ରାୟ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ସୂଚନା ମିଳିନାହିଁ ।

Show More
Back to top button