ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ଖାଇବା ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ ଏହି ସୁପ୍

ସତ୍ୟଶିଖା ୨୨ /୧୨/୨୦୨୦ : କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ । ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ । ମାତ୍ର ଏପରି କେତେ ଦିନ ବା କରିହେବ? କେତେ ଦିନ ବା ଖାଇବା ଉପରେ ଆଉ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍‌ ହେତୁ ମୋଟାପଣ ବଢ଼ିଥାଏ । ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍‌ ନିଷ୍ପତ୍ତି । ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ନିମ୍ନରେ ଯେଉଁ ସୁପ୍‌ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ।

ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍‌ ସାନ ସାନ କରି କାଟିଦିଅନ୍ତୁ । ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ । ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ । ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ । ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ । ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି । ଏହି ସୁପ୍‌କୁ ଖାଦ୍ୟ ଖାଇବାର ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ । ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି ।

Show More
Back to top button