ଅପରାଧରାଜ୍ୟ

ନକଲି ସିମେଣ୍ଟ କାରଖାନା ଠାବ

ସତ୍ୟଶିଖା (କଟକ) ୨୨ /୧୨/୨୦୨୦ : ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ । କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ସାମ୍ନାକୁ ଆସୁଛି । ପ୍ରଥମେ ଟମାଟୋ ସସ୍‌, ପରେ ମସଲା, ନକଲି ଘିଅ, ଗୁଟଖା ଓ ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୁଲିସ ଉକ୍ତ କାରଖାନାରେ ଚଢ଼ାଉ ଜାରି ରଖିଛି ।

ସୂଚନାନୁଯାୟୀ, କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ଥାନା ପୁଲିସ । ଚଢ଼ାଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍‌ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି । ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି । ଏହାସହ ଦିନ ୧୧ଟା ୩୦ ମିନିଟ୍‌ ସମୟରେ ଚଢ଼ାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି ।ପୂର୍ବରୁ କଟକର ମାଲଗୋଦାମ, ଜଗତପୁର ଠାରେ ନକଲି ଘିଅ, ମସଲା, ଟମାଟୋ ସସ୍‌, ସୋୟାବଢ଼ି, ଗୁଟଖା କାରଖାନାରେ ଉପରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା । ଏହା ସହ ଗତକାଲି କଟକର ପିଠାପୁର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଚଢ଼ାଉ ସମୟରେ ବିପୁଳ ପରିମାଣର କଞ୍ଚାମାଲ ଜବତ କରାଯାଇଥିଲା ।

Show More
Back to top button