ଅପରାଧରାଜ୍ୟ

ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ

ସତ୍ୟଶିଖା : ୧୯.୧୨.୨୦୨୦ : ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ ମାମଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଅଧିକ ଦୁଷ୍କର୍ମ ମାମଲା ହୋଇଛି । ଏହି ସମୟରେ ଚୋରି ଓ ସିନ୍ଧିଚୋରି ମଧ୍ୟ ବଢିଛି । ହେଲେ ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ କମିଛି । ବିଶେଷଜ୍ଞଙ୍କ ମତରେ ଲକଡାଉନରେ ଲୋକେ ଏକାନ୍ତରେ ରହୁଥିବାରୁ ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ମାମଲା ଅଧିକ ବଢିଛି । ସେହିପରି ଲୋକଙ୍କ ଚଳପ୍ରଚଳ ଉପରେ ଶକ୍ତ କଟକଣା ଯୋଗୁଁ ହତ୍ୟା ଓ ଡକାୟତି ଭଳି ଅପରାଧ କମ୍ ରହିଛି ।

ତାଲା ବନ୍ଦରେ ବଢ଼ିଛି ଅପରାଧ

ଦୁଷ୍କର୍ମ ବଢ଼ିଛି, ସିନ୍ଧିଚୋରି ବଢ଼ିଛି

କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତବର୍ଷ ପ୍ରଥମାର୍ଦ୍ଧରେ କଠୋର ଲକଡାଉନ କଟକଣା ସତ୍ୱେ ବଢିଛି ଦୁଷ୍କର୍ମ । ସାରାରାଜ୍ୟରେ ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡିଛି, ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ସମୟରେ ଦୁଷ୍କର୍ମ ମାମଲା ଅଧିକ ରହିଛି । ସେହିପରି ଚୋରି ଓ ସିନ୍ଧିଚୋରି ଭଳି ଅପରାଧରେ ବୃଦ୍ଧି ଆସିଛିି । କିନ୍ତୁ ଏହି ସମୟରେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ପ୍ରଥମେ ନଜର ପକାନ୍ତୁ ଚଳିତବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ ଜାନୁଆରୀରୁ ଜୁନ୍ ମଧ୍ୟରେ ସଂଗଠିତ ହୋଇଥିବା ଅପରାଧର ଏହି ତାଲିକା ଉପରେ ।

ବଢ଼ିଛି ଦୁଷ୍କର୍ମ, ହତ୍ୟା କମିଛି

ଅପରାଧ ୦୧/୦୧/୨୦ ରୁ ୩୦/୦୬/୨୦ ୦୧.୦୧.୧୯ରୁ ୩୦/୦୬/୨୦

ଦୁଷ୍କର୍ମ ୧୨୧୩ ୧୧୪୯

ସିନ୍ଧିଚୋରି ୨୦୬୦ ୧୭୦୦

ଚୋରି ୪୪୦୭ ୪୩୭୭

ହତ୍ୟା ୬୯୩ ୭୦୭

ଡକାୟତି ୨୦୯ ୨୨୪

ଜାନୁଆରୀରୁ ଜୁନ ମଧ୍ୟରେ ୧୨ଶହ ୧୩ଟି ଦୁଷ୍କର୍ମ ମାମଲା ହୋଇଛି । କିନ୍ତୁ ଗତବର୍ଷ ଏହି ସମୟରେ ୧୧ଶହ ୪୯ଟି ମାମଲା ହୋଇଥିଲା । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ଦୁଷ୍କର୍ମ ମାମଲା ବଢିଲା କାହିଁକି? ବିଶେଷଜ୍ଞଙ୍କ ମତରେ ଲକଡାଉନ ସମୟରେ ଲୋକେ ଘରେ ଏକାନ୍ତରେ ରହିବାକୁ ଏଭଳି ଅପରାଧ ବଢିଛି ।ଅଧିକାଂଶ ମାମଲାରେ ଚିହ୍ନାଜଣା ଲୋକଙ୍କ ଦ୍ୱାରା ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଛି । ବନ୍ଧୁ, ସଂପର୍କୀୟ କିମ୍ବା ପଡୋଷୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା ।  ଯଦିଓ ଚୋରି, ସିନ୍ଧିଚୋରି କିମ୍ବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ଅପରାଧ ବଢିଛି, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ଲକଡାଉ ସମୟରେ ଲୋକ କିମ୍ବା ଗାଡିମୋଟର ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ରହିଥିଲା । ତେଣୁ ଅପରାଧୀ ଏକାଠି ସଂଗଠିତ ହୋଇନପାରିବାରୁ ଏଭଳି ଅପରାଧ ସଂଖ୍ୟାରେ ହ୍ରାସ ଦେଖାଦେଇଛି ।

Show More
Back to top button