ହିମାଳୟ ଦିଶୁଛି ବ୍ରହ୍ମାଣ୍ଡରୁ

ସତ୍ୟଶିଖା ୧୮/୧୨/୨୦୨୦ : ଆକାଶରୁ ହିମାଳୟ କିପରି ଦେଖାଯାଉଥିବ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । କିନ୍ତୁ ଏହି ପ୍ରଶ୍ନରୁ ନାସା ପର୍ଦାଫାଶ କରିଛି। ହିମାଳୟର ସୌନ୍ଦର୍ଯ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଏବେ ଆକାଶରୁ ଦେଖାଯାଉଥିବା ଏହାର ସୁନ୍ଦରତା ବିଷୟରେ ଚର୍ଚ୍ଚା ଜୋରରେ ଧରିଛି । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ହିମାଳୟ ପର୍ବତର ଏକ ଆଶ୍ଚର୍ଯ୍ୟଜନକ ଝଲକ ସେୟାର କରିଛି,ଯେଉଁଥିରେ ହିମାଳୟ ପର୍ବତ ବରଫାବୃତ ନଜର ଆସିଛି । ନାସା ନିଜ ଇନଷ୍ଟାଗ୍ରାମରେ ହିମାଳୟର ଏହି ଫଟୋ ସେୟାର କରିଛି ଯେଉଁଥିରେ ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ରାତିରେ ଚମକୁଛି ।
ଅନ୍ତରୀକ୍ଷ ଏଜେନ୍ସି ନାସା ଅନୁସାରେ,ଆନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନରେ ଥିବା ଚାଳକ ଦଳର ସଦସ୍ୟ ଏହି ଫଟୋକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି । ନାସା ଏହି ଫଟୋ ସହ ଲମ୍ବା କ୍ୟାପସନରେ ଲେଖିଛନ୍ତି- ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ଶୃଙ୍ଖଳା ୫କୋଟି ବର୍ଷ ଯାଏଁ ହିନ୍ଦ ଏବଂ ୟୁରେସିୟନ ଟେକଟୋନିକ୍ ପ୍ଲାଣ୍ଟ ଧକ୍କା ଫଳରେ ଉତ୍ପନ୍ନ ହୋଇଥିଲା । ପର୍ବତ ଶୃଙ୍ଖଳାର ଦକ୍ଷିଣରେ ଭାରତ ଏବଂ ପାକିସ୍ତାନର କୃଷି କ୍ଷେତ୍ର ରହିଛି ।ଏଥିରେ ଆଗକୁ କୁହାଯାଇଛି ଯେ ,‘ ଏହାର ଉତ୍ତରରେ ତିବ୍ବତର ପଠାରୀ ଅଞ୍ଚଳ ରହିଛି,ଯାହାକୁ ବିଶ୍ୱର ଛାତ ‘Roof of the World’ କୁହାଯାଇଥାଏ । ଫଟୋରେ ଭାରତର ରାଜଧାନୀ ଦିଲ୍ଲୀ ଏବଂ ପାକିସ୍ତାନର ଲାହୋର ମଧ୍ୟ ଉଜ୍ଜ୍ବଳିତ କରୁଛି । ଏହା ଉପରେ ବାୟୁମଣ୍ଡଳରେ ଥିବା ପରମାଣୁର ସୋଲାର ରାଡିଏସନ ଧକ୍କା ହେବା କାରଣରୁ ସୃଷ୍ଟି ହୋଇଥିବା ନାରଙ୍ଗୀ ଛତା ମଧ୍ୟ ଦେଖା ଯାଇ ପାରୁଛି ।’
ଏହି ଫଟୋ ଏତେ ସୁନ୍ଦର ଦେଖାଯାଉଛି ଯେ ସୋସିଆଲ ମିଡିଆରେ ଏହା ଜୋରସୋରରେ ଭାଇରାଲ୍ ହେଉଛି । ୨ଦିନ ତଳେ କରାଯାଇଥିବା ଏହି ପୋଷ୍ଟକୁ ଏବେ ସୁଦ୍ଧା ୧୨୪୦୯୨୦ରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟସ୍ ମିଳିଛି ।