ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶୁକ୍ରବାର ) ୧୮/୧୨/୨୦୨୦ :

ମେଷ– ଆଜିର କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ । ପାରିବାରିକ କ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବୃଷ – ପାରସ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ । ଏଣେ ବେପରୁଆ କାର୍ଯ୍ୟ କଳାପ ସକାଶେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ମିଥୁନ – ସରଳ ସ୍ୱଭାବ ହେତୁ ଅନ୍ୟମାନଙ୍କ ଶ୍ଳେଷାତ୍ମକ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ । ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ । ମନରେ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

କର୍କଟ – ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ସିଂହ – ପରିବାରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ବନ୍ଧୁମିଳନ ହେତୁ ମନ ପ୍ରଫୁଲ୍ଲ୍ ରହିବ । ସ୍ତ୍ରୀଙ୍କ ସାହାର୍ଯ୍ୟରୁ ମନୋବଳ ବୃଦ୍ଧି ପାଇବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କନ୍ୟା – ଆର୍ଥିକ ସମସ୍ୟା ସୁଧୁରିବ ଏବଂ କର୍ମକ୍ଷେତ୍ର ସ୍ୱାଭାବିକ ରହିବ । ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଚିନ୍ତା କରିଥିବା କାମଗୁଡିକ ଠିକ୍‌ଭାବେ ସମ୍ପନ୍ନ ହେବ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ତୁଳା – ସ୍ୱଗୃହୀ ଶୁକ୍ରଙ୍କ ପ୍ରଭାବରୁ ମଉଜ ମଜଲିସ୍ ପାଇଁ ମନ ବଳିବ । ବିଶାଖା ନକ୍ଷତ୍ର ଦ୍ୱନ୍ଦ୍ୱରେ ପଡି ସହକର୍ମୀମାନଙ୍କ ଦ୍ୱନ୍ଦ୍ୱଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍ ଭାବେ ଗ୍ରହଣ କରିପାରିବେନି । ଶୁଭ ରଙ୍ଗ ଧଳା । ଶୁଭ ରଙ୍ଗ ୯ ।

ବିଛା – ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ନିନ୍ଦିତ ହେବେ । କୌଣସି ବନ୍ଧୁ ଧୋକା ଦେଇ ପାରନ୍ତି କିମ୍ବା ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ଧନୁ – ଆଜି ସମସ୍ତ ପ୍ରକାର ଅଭିଳାଷକୁ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ମକର – ଆଜି ହିଁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍କ କରିବା କଷ୍ଟ ହୋଇଯିବ । ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

କୁମ୍ଭ – ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ । ଅବଶ୍ୟ ଉପକୃତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ମୀନ – ହାତକୁ ନେଇଥିବା କାମଗୁଡିକ ପୂରଣ ହୋଇଯିବ । ମାତ୍ର ଏଥି ସକାଶେ କଠିନ ପରିଶ୍ରମ କରିବାକୁ ପଡିବ । ଉନ୍ନୟନ କାମ ବାଧାପ୍ରାପ୍ତ ହେବ । ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

Show More
Back to top button