
ସତ୍ୟଶିଖା (ଭୁବନେଶ୍ୱର) ୧୭/୧୨/୨୦୨୦ : ଓଜନ ବଢିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଆୟୁର୍ବେଦରେ ଓଜନ ବଢିବା ଏକ ଚକ୍ରୀୟ ପ୍ରକ୍ରିୟା । ଜୀବନଶୈଳୀ ଓ ଆହାର ସମ୍ବନ୍ଧୀୟ ଭୁଲ ଅଭ୍ୟାସ ଯୋଗୁଁ ପାଚନ ଅଗ୍ନି ଦୁର୍ବଳ ହୋଇପଡେ । ଯାହାଫଳରେ ଶରୀରରେ ବିଷାକ୍ତ ପଦାର୍ଥ ବଢ଼ିବାରେ ଲାଗିଥାଏ । ଫ୍ୟାଟ୍ ଏବଂ ମେଟାବୋଲିଜିମ୍ ଟିସୁ ସମସ୍ୟା ସୃଷ୍ଟି କରେ । ପାଚନ ପ୍ରଣାଳୀରେ ଅସନ୍ତୁଳନ ଦେଖାଦେଲେ ଟିସୁରେ କିଛି କିଛି ପରିବର୍ତ୍ତନ ହୋଇଥାଏ ଯାହାଫଳରେ ଓଜନ ମନକୁ ବଢ଼ିବାରେ ଲାଗିଥାଏ । କଫ ଦୋଷ, ବାତ ଓ ମେଦ ଧାତୁରେ ଅସନ୍ତୁଳନ ଦେଖାଦେଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଆୟୁର୍ବେଦ ଶରୀରକୁ ବିଷାକ୍ତ ପଦାର୍ଥରୁ ବାହାର କରିବାରେ, ଭୋଜନ ଅଭ୍ୟାସରେ ସୁଧାର ଆଣିବା, ପାଚନ ତନ୍ତ୍ର ମଜବୁତ କରିବା, ମେଟାବୋଲିଜିମକୁ ମଜବୁତ କରିବା ଏବଂ ଅବସାଦ କମ୍ କରିବାରେ ବିଭିନ୍ନ ଜଡିବୁଟି ସହାୟକ ପ୍ରମାଣିତ ହୋଇଥାଏ । ଏହିସବୁ ଜଡିବୁଟି ବ୍ୟବହାର କରି ଓଜନ କମ୍ କରିବା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ ।
୧. ଡାଲଚିନି – ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି । ସେଥିପାଇଁ ଶୀତ ଦିନରେ ଏହାକୁ ଜଡିବୁଟି ଭଳି ବ୍ୟବହାର କରାଯାଇଥାଏ । ଓଜନ କମ୍ କରିବାରେ ଡାଲଚିନି ବହୁତ ପ୍ରଭାବଶାଳୀ । ଏହା ମେଟାବୋଲିଜିମ୍ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଏହି ଭାରତୀୟ ମସଲା ଭୋକ କମ କରିବାରେ ସାହାଯ୍ୟ କରିଥାଏ । ଏହା କୋଲେଷ୍ଟ୍ରୋଲ୍ କମ୍ କରିଥାଏ । ଏହା ପେଟଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ । ଡାଲଚିନି ପାଉଡରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ ଏବଂ ଟିକେ ଥଣ୍ଡା ହେବାପରେ ଛାଣି ସେବନ କରନ୍ତୁ ।୨. ଡାଣ୍ଡେଲିଅନ୍ – ଗୋଟିଏ କପ୍ ପାଣିରେ ଏକ ଚାମଚ୍ ଡାଣ୍ଡେଲିଅନ୍ ମିଶାଇ ଫୁଟେଇ ଦିଅନ୍ତୁ । ଫୁଟିଯିବା ପରେ ଏହି ପନିକି ଛାଣି ଦିଅନ୍ତୁ ଏବଂ ସେବନ କରନ୍ତୁ । ଡାଣ୍ଡେଲିଅନ୍ ପାଚନ କ୍ରିୟା କମ୍ କରିଥାଏ ଯେଉଁଥିପାଇଁ ବହୁତ ସମୟ ଯାଏଁ ଭୋକ ଲାଗିନଥାଏ । ଡାଣ୍ଡେଲିଅନରେ ଭରପୁର ମାତ୍ରାରେ ଫାଇବର୍ ରହିଛି ଯାହା ଚର୍ବି ଅଣୁଗୁଡିକୁ ଅବଶୋଷିତ ହେବାକୁ ରୋକିଥାଏ । ହାନିକାରକ ଅମ୍ଳଜାନ ରେଡିକାଲ୍ ସଫା କରିବାରେ ସାହାଯ୍ୟ କରେ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।
୩. ନିମ୍ବ – ଓଜନ କମ୍ କରିବାରେ ନିମ୍ବ ମଧ୍ୟ ବ୍ୟବହାର କରାଯାଇଥାଏ । ନିମ୍ବରେ ଔଷଧୀୟ ଗୁଣ ରହିଛି । ଗୋଟିଏ କପ୍ ପାଣିରେ ୪-୫ଟି ନିମ୍ବ ପତ୍ରକୁ ଭଲ ଭାବେ ଚକଟି ପାଣିରେ ମିଶାଇ ଦିଅନ୍ତୁ ଅଥବା ଫୁଟାଇ ଦିଅନ୍ତୁ । ତାପରେ ଏହି ପାଣିକୁ ସେବନ କରନ୍ତୁ । ନିମ୍ବ ଶରୀରର ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ସଞ୍ଚାଳନ ସୁଧରିଥାଏ । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।
୪. ଗୋଲମରିଚ – ଗୋଲମରିଚରେ ଭରପୁର ମାତ୍ରାରେ ପିପରିନ୍ ରହିଛି । ଏହି ଉପାଦାନ ଚର୍ବି କୋଷ ଗଠନକୁ ରୋକିଥାଏ । ଗୋଟିଏ କପ୍ ଗରମ ପାଣିରେ ୧/୪ ଚାମଚ ଗୋଲମରିଚ ଓ ଗୋଟିଏ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଏହା ଚର୍ବି କୋଷକୁ ବିସ୍ତାର କରିବାରେ ରୋକିଥାଏ ଏବଂ ପେଟକୁ ସୁସ୍ଥ କରିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ । ନିୟମିତ ଏହି ପାଣି ସେବନ କଲେ ଶରୀର ସୁସ୍ଥ ରହେ ।
୫. ଗ୍ରୀନ୍ ଟି – ପ୍ରତ୍ୟେକ ବ୍ୟକ୍ତିଙ୍କ ମେଟାବୋଲିଜିମ୍ ସିଷ୍ଟମ୍ ଭିନ୍ନ ଭାବରେ କାମ କରେ । କିଛି ଲୋକଙ୍କ ମଧ୍ୟରେ ଏହା ଦ୍ରୁତ ଗତିରେ କାମ କରେ ଯାହା ଚର୍ବିକୁ ଶରୀରରେ ଜମା ହେବାକୁ ଦିଏନାହିଁ । କିଛି ଲୋକଙ୍କ ମଧ୍ୟରେ ମନ୍ଥର ଗତିରେ କାମ କରେ ଯାହା ଓଜନ ବଢାଇଥାଏ । ଗ୍ରୀନରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ମେଟାବୋଲିଜିମ୍ ବଢାଇଥାଏ ଏବଂ ଚର୍ବି ତରଲାଇବାରେ ସାହାଯ୍ୟ କରିଥାଏ ।