ଅପରାଧରାଜ୍ୟ

ପୁଣି ସରକାରୀ ଅଫିସର ଭିଜିଲାନ୍ସ ଜାଲରେ

ସତ୍ୟଶିଖା (ସୁନ୍ଦରଗଡ) ୧୫/୧୨/୨୦୨୦ :  ଭିଜିଲାନ୍ସ ଜାଲରେ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ରେଡ୍‌ ହୋଇଛି । ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ରେଡ୍‌ ଜାରି ରହିଛି । ତେବେ ରେଡ୍‌ ଚାଲିଥିବା ସ୍ଥାନଗୁଡିକ ହେଉଛି-  ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏଡିବି କଲୋନୀ କ୍ବାର୍ଟର  ନଂ-7, , ଦେବଗଡ଼ର କେନ୍ଦୁଘାଟସ୍ଥିତ ଫାର୍ମ ହାଉସ,  ଦେବଗଡ଼ର ତାବଡ଼ସ୍ଥିତ ପୈତୃକ ଘର, ଅନୁଗୁଳ ଟାଉନସ୍ଥିତ ଶଶୁର ଘର, ଦେବଗଡ଼ ଟାଉନସ୍ଥିତ ସମ୍ପର୍କୀୟଙ୍କ ଘର ରହିଛି ।  ସୁନ୍ଦରଗଡ଼ ଏଡିବି କଲୋନୀ ସ୍ଥିତ ବାସ ଭବନରେ ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ପୂର୍ବରୁ ବ୍ୟାପକ ଅର୍ଥ ହେରଫେର କରିଥିବାର ଅଭିଯୋଗ  ଆସିଥିଲା । ଏନେଇ ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି । ଭିଜିଲାନ୍ସର 6 ଟି ସ୍ୱତନ୍ତ୍ର ଟିମ ଘଟଣାର  ତଦନ୍ତ କରୁଛି । ସମ୍ବଲପୁରରେ ୩୩ ଡିସମିଲ ଜମି, ଭୁବନେଶ୍ୱର ଜଟଣୀ ରେ ୯ ଡିସମିଲ ଜମି ସହ ଦେବଗଡ଼ ଜିଲା ରେ ପୁଅ ନାମରେ ମଧ୍ୟ ଜମି ରହିଥିବା ଭିଜିଲାନ୍ସ ସୂଚନା ମିଳିଛି ।

Show More
Back to top button