ରାଜ୍ୟ
ତାସ୍ ଖେଳୁଥିଲେ, ପୁଲିସ ଉଠାଇନେଲା | Satyasikha


ଝାରସୁଗୁଡ଼ା (ସତ୍ୟଶିଖା): କରୋନାର ମୁକାବିଲା ପାଇଁ ସାରା ଦେଶକୁ ଲକ୍ଡାଉନ୍ କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ମନା କରିବା ସହ ଅତ୍ୟାବଶ୍ୟକ ଦୋକାନକୁ ଗୁଡ଼ିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କିଛି ଲୋକ ଏହି ନିୟମର ଉଲ୍ଲଂଘନ କରୁଛନ୍ତି।
ଆହୁରି ପଢ଼ନ୍ତୁ
ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ କିଛି ପାଇପ ଦୋକାନ ଖୋଲା ରହିବା ସହ କିଛି ଲୋକ ଏକତ୍ରିତ ବସି ତାସ ଖେଳୁ ଥିଲେ। ଏହି ସମୟରେ ପୁଲିସ୍ ଚଢ଼ଉ କରି ୨୨ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନାଁରେ ୬ଟି ମାମଲା ରୁଜୁ କରିଥିଲା। ଏହାସହ ଗିରଫ ଅଭିଯୁକ୍ତଙ୍କୁ ଥାନା ବାହାରେ ଠିଆ କରି ବୁଝାସୁଝା କରିଥିଲା।