ଦେଶ

କାହା ପାଇଁ କ’ଣ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୋଦି ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମିଳିତ ସାମ୍ବାଦିକ ସମ୍ମିଳନୀ କରି ଗରିବ, ଦିନ ମଜୁରିଆ, ଚାଷୀ ଓ ସମାଜ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ତେବେ ଆସନ୍ତୁ ଜାଣିବା ଘୋଷଣାର ମୁଖ୍ୟାଂଶ ସମ୍ପର୍କରେ

୧-ଗରିବ ଓ ଦିନ ମୁଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା।

୨- ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌ ଯୋଦ୍ଧା ନାଁ ଦିଆଯାଇଛି। ସେମାନଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା କରାଯାଇଛି। ଏହାର ଫାଇଦା ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ , ଆଶାକର୍ମୀ ଓ ସଫେଇ କର୍ମଚାରୀ ପାଇବେ।

୩-ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ପରିବାରରେ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ ଓ ଗହମ ମିଳିବ। ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ।

୪-ଗିରବ ଓ ଦିନ ମୁଜୁରିଆଙ୍କ ଖାତାକୁ ସିଧା ଟଙ୍କା ଟ୍ରାନ୍ସଫର କରାଯିବ।

୫-ଯେଉଁ ଚାଷୀମାନେ ପିଏ କିଷାନ ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏ ପାଉଛନ୍ତି, ସେମାନଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏ ମିଳିବ।

ଆହୁରି ପଢ଼ନ୍ତୁ

୬-ଏମଜିନରେଗା ଅଧୀନରେ ଶ୍ରମିକଙ୍କୁ ପ୍ରତିଦିନ ୨୦୨ ଟଙ୍କା ମିଳିବ। ପୂର୍ବରୁ ଏହା ୧୮୫ ଟଙ୍କା ଥିଲା।

୭-ବିଧବା, ଗିରବ ବିଧବା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ କ୍ଷତି ପୂରଣ ଭାବେ ଭତ୍ତା ସହ ଦୁଇଟି କିସ୍ତିରେ ୧ ହଜାର ଟଙ୍କା ମିଳିବ।

୮-ଆସନ୍ତା ୩ ମାସ ଯାଏ ମହିଳାମାନଙ୍କୁ ଜନ ଧନ ଯୋଜନାରେ ମାସିକ ୫ ଟଙ୍କା ଲେଖାଏ ମିଳିବ।

୯-ଉଜ୍ଜ୍ୱଳା ଯୋଜନାରେ ପଞ୍ଜିକୃତ କରିଥିବା ସମସ୍ତଙ୍କୁ ୩ ମାସ ଯାଏ ମାଗଣା ଗ୍ୟାସ ସିଲିଣ୍ଡର ମିଳିବ।

୧୦-ଦୀନ ଦୟାଲ ଯୋଜନାରେ ଥିବା ମହିଳା ଏସଏଚଜି ଗ୍ରୁପକୁ ୨୦ ଲକ୍ଷ ଟଙ୍କା ଯାଏ ଋଣ ମିଳିବ।

୧୧-ଯେଉଁ କମ୍ପାନୀ ଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ୧୦୦ ମଧ୍ୟରେ ଥିବ ଓ କମ୍ପାନୀର ୯୦% କର୍ମଚାରୀ ୧୫ ହଜାର ଟଙ୍କାରୁ କମ ଦରମା ପାଉଥିବେ, ସେମାନଙ୍କ ଇପିଏଫ ଜମା ସରକାର ଭରଣା କରିବେ।

୧୨-ନିର୍ମାଣ ଶ୍ରମିକଙ୍କୁ ଅର୍ଥ ଦେବା ପାଇଁ ରାଜ୍ୟ ସରକାରମାନେ ୩୧,୦୦୦ କୋଟି ଟଙ୍କାର ଡିଏମଏଫ ବ୍ୟବହାର କରିବେ।

୧୩-ଏହି ଫଣ୍ଡ ଜରିଆରେ ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା ମଧ୍ୟ କରିପାରିବେ।

[ad_2]
Show More
Back to top button