
ସତ୍ୟଶିଖା (ମୁମ୍ବାଇ) ୧୪.୧୨.୨୦୨୦ : ଏବେ ନାଗରିକଙ୍କୁ ସପ୍ତାହର ସବୁ ଦିନ ୨୪ ଘଣ୍ଟିଆ ରିଅଲ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ(ଆର୍ଟିଜିଏସ୍) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ । ସୋମବାର ଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଆର୍ବିଆଇ ଟିମ୍, ଆଇଏଫ୍ଟିଏଏସ୍ ଏବଂ ସର୍ଭିସ୍ ପାର୍ଟନରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।ଏନେଇ ଡିସେମ୍ବର ୪ରେ ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସୁବିଝା ଜରିଆରେ ଟଙ୍କା ସ୍ଥାନାନ୍ତର କରିବା ଗ୍ରାହକଙ୍କ ପାଇଁ ସହଜ ହେବ । ୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ଆର୍ଟିଜିଏସ୍ର ବ୍ୟବହାର କରାଯାଇଥାଏ । ଏହାଠାରୁ କମ୍ ଟଙ୍କା ସ୍ଥାନାନ୍ତର ପାଇଁ ନ୍ୟାସ୍ନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର(ଏନ୍ଇଏଫ୍ଟି)ର ବ୍ୟବହାର ହୋଇଥାଏ । ଏନ୍ଇଏଫ୍ଟି ବ୍ୟତୀତ ଆଇଏମ୍ପିଏସ୍ ସୁବିଧା ଉପଲବ୍ଧ ରହିଛି ।