ଭୁଲ୍ ଦିଗରେ ଶୋଉଛନ୍ତି କି?

ସତ୍ୟଶିଖା ୧୨/୧୨/୨୦୨୦ : ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ମହତ୍ତ୍ବ ରହିଥାଏ । ଶୋଇବାବେଳେ ମୁଣ୍ଡ ଏବଂ ଗୋଡ଼ ଉଚିତ ଦିଗରେ ରହିବା ଆବଶ୍ୟକ । ଯେଉଁଭଳି ଭାବେ ଉତ୍ତମ ସ୍ଵାସ୍ଥ ପାଇଁ ପୌଷ୍ଟିକ ଆହାର ନିଆଯାଇଥାଏ ସେହିଭଳି ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ମଧ୍ୟ ଜରୁରୀ ।
ଅନେକ ଲୋକ ଯେକୌଣସି ଦିଗରେ ଗୋଡ଼ ଏବଂ ମୁଣ୍ଡ କରି ଶୋଇ ଯାଆନ୍ତି ଏପରି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ । ଆସନ୍ତୁ ଜାଣିବା ଶୋଇବା ସହ ଜଡ଼ିତ ବାସ୍ତୁ ଟିପ୍ସ:
– ବାସ୍ତୁ ଅନୁସାରେ ଉତ୍ତର କିମ୍ବା ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇବା ଦ୍ୱାରା ନକରାତ୍ମକତା ଏବଂ ଦୁଶ୍ଚିନ୍ତା ବଢ଼ାଇଥାଏ । ଏଥିପାଇଁ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ପଟେ ମୁଣ୍ଡ କରି ଶୋଇବା ଉଚିତ୍ ।
– ଅବିବାହିତ ଯୁବତୀ ଶୋଇବା ପାଇଁ ଉତ୍ତର-ପଶ୍ଚିମ ଦିଗ ବାଛିବା ଉଚିତ୍ । ସେମାନଙ୍କୁ ଭୁଲରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଅନୁଚିତ୍ । ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଉତ୍ତର ଦିଗ ଆଡ଼କୁ ଗୋଡ଼ କରି ଶୋଇବା ଠିକ୍ ହୋଇଥାଏ ।– ଘରର ବାୟବ୍ୟ କୋଣରେ ବିବାହିତା ମହିଳାଙ୍କୁ ଶୋଇବା ଅନୁଚିତ୍ । ଏହି ଦିଗରେ ଶୋଇବା ଦ୍ୱାରା ସେମାନେ ଅଲଗା ଘର କରିବାର ସ୍ଵପ୍ନ ଦେଖିଥାନ୍ତି ।
– ବାସ୍ତୁ ଅନୁସାରେ ଅବିବାହିତା କନ୍ୟାଙ୍କୁ ଉତ୍ତର-ପଶ୍ଚିମ ଦିଗରେ ଶୋଇବା ଉଚିତ୍ । ଏହା ଦ୍ୱାରା ବିବାହ ଯୋଗ ମଜବୁତ ହୋଇଥାଏ ।
– ସକାଳ-ସନ୍ଧ୍ୟାରେ କର୍ପୂର ଜଳାଇ ସମସ୍ତ ରୁମରେ ଦେଖାଇବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ । ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ ସନ୍ଧ୍ୟାରେ କର୍ପୂର ଜଳାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।– ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ ଫୁଲ ଏବଂ ଗଛ ରଖନ୍ତୁ ନାହିଁ ଏହା ଦ୍ୱାରା ଦାରିଦ୍ର୍ୟ ଆସିଥାଏ ।
– ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଅଗଣାରେ ହଳଦୀରେ ସ୍ଵସ୍ତିକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।