ବାଣିଜ୍ୟ

୧.୪୫ ଲକ୍ଷ କୋଟିର ଆୟକର ଫେରସ୍ତ

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ଚଳିତ ଆର୍ଥିକ ବର୍ଷର ଆରମ୍ଭରୁ ଡିସେମ୍ବର ୮ ତାରିଖ ମଧ୍ୟରେ ଆୟକର ରିଫଣ୍ଡ ବାବଦରେ ଆୟକର ବିଭାଗ ୧ ଲକ୍ଷ ୪୫ ହଜାର ୬୧୯ କୋଟି ଟଙ୍କା ପ୍ରଦାନ କରିଛି । ୮୯ ଲକ୍ଷ ୨୯ ହଜାରରୁ ଅଧିକ ଟିକସଦାତାଙ୍କୁ ଏହି ଅର୍ଥ ଫେରସ୍ତ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି କରାଯାଇଥିବା ଟ୍ବିଟ୍‌ରେ ସୂଚନା ଦିଆଯାଇଛି । ଏଥିରେ ବ୍ୟକ୍ତିଗତ ଆୟକର ରିଫଣ୍ଡ ରାଶି ମଧ୍ୟ ସାମିଲ ରହିଛି ।

Show More
Back to top button