ଦୁର୍ଘଟଣାରାଜ୍ୟ

ଦୁର୍ବୃତ୍ତ ଲୁଟିନେଲେ ୩ ଲକ୍ଷ ଟଙ୍କା ଭୁଜାଲି ସାହାଯ୍ୟରେ

ସତ୍ୟଶିଖା(ପାରାଦୀପ) ୧୧/୧୨/୨୦୨୦ : ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍ କରି ନେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପାରାଦୀପ ନେହେରୁ ବଙ୍ଗଳା ରେ ଥିବା ଲାଇସେନ୍ସପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି ସମସ୍ତ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ସ୍କୁଟି ଗାଡ଼ି ସାହାଯ୍ୟରେ ଜମା କରିବା ପାଇଁ ବ୍ୟାଙ୍କକୁ ଆସୁଥିବା ବେଳେ ହଠାତ ତାଙ୍କ ଗାଡ଼ି ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇବା ସହିତ ଭୁଜାଲି ଦେଖାଇଥିଲେ ଆଉ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ୪ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦିଆଯିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ସବୁ ଗାଡ଼ିକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Show More
Back to top button