ରାଜ୍ୟ
୧୨ ଘଣ୍ଟିଆ ବନ୍ଦ ଡାକରା ଭଦ୍ରକ ସହରରେ

ସତ୍ୟଶିଖା(ଭଦ୍ରକ) ୧୦/୧୨/୨୦୨୦ : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି । ସୁରକ୍ଷାଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଜିଲ୍ଲାର ମୁଖ୍ୟ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ବହୁଦିନ ଧରି ଅଣଦେଖା କରାଯାଇଛି । ଦାବିକୁ ସରକାରଙ୍କ ନିକଟ ରେ ପହଞ୍ଚାଇବା ପାଇଁ ଜିଲ୍ଲା କଂଗ୍ରେସ ଆଜି ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍ ହୋଇଛି । କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ରେଫର୍ କରିବା ଏକ ନିତିଦିନିଆ ଘଟଣା ପାଲଟି ଯାଇଛି । ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।