ଦେଶ

ଲକ୍‌ଡାଉନ୍ ବେଳେ ବିକ୍ରି ହେବ ମଦ

ନୂଆଦିଲ୍ଲୀ: ଦେଶ ଏବେ ଲକ୍‌ଡାଉନ୍। ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସାମଗ୍ରୀ ମିଳିବା କଷ୍ଟକର। ପରିବା ଦୋକାନ, କ୍ଷୀର, ଚା’ ଦୋକାନ ଆଦିକୁ ଛାଡ଼ିଦେଲେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ହେଲେ ଲକ୍‌ଡାଉନ୍ ବେଳେ ମଦ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି କେରଳ ଓ ପଞ୍ଜାବ ସରକାର। ମଦକୁ ଏବେ ଜରୁରୀ ସାମଗ୍ରୀରେ ସାମିଲ୍ କରିଛନ୍ତି ଏହି ଦୁଇ ରାଜ୍ୟ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟୁଇଟ୍ କରି ମଦକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, ମଦ ଦୋକାନ ଖୋଲା ରହିବ। ଯେତେବେଳେ ସରକାର ମଦ ବିକ୍ରି ବନ୍ଦ କରିଦେଲେ, ସେତେବେଳେ ଆମକୁ କିଛି ଖରାପ ଅନୁଭୂତି ଦେଇ ଗତି କରିବାକୁ ପଡିଲା। ଏଥିରୁ ଅନେକ ସାମାଜିକ ସମସ୍ୟା ଉପୁଜିବ।ସୂଚନାଯୋଗ୍ୟ, ମଦ ଉପରୁ କେରଳ ବାର୍ଷିକ ପ୍ରାୟ ୨୫୦୦ କୋଟି ଟଙ୍କା ରାଜସ୍ୱ ପାଇଥାଏ, ଯାହା ଏହାର ମୋଟ ଆୟର ୧୫ ପ୍ରତିଶତ ଅଟେ।

ସେହିପରି ପଞ୍ଜାବ ସରକାରଙ୍କ ମୁଖପାତ୍ର କହିଛନ୍ତି ଲକ୍‌ଡାଉନ୍ ବେଳେ ମଦ ଦୋକାନ ଖୋଲା ରହିବ। କିନ୍ତୁ ସୋମବାର ଯେତେବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଥିଲା ସେତେବେଳେ ଜରୁରୀ ସାମଗ୍ରୀରେ ଗ୍ରୋସରୀ, ତାଜା ଫଳ, ପନିପରିବା, ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ଥିଲା। ମଦକୁ ବାଦ୍ ଦିଆଯାଇଥିଲା। ଏବେ ଉଭୟ କେରଳ ଓ ପଞ୍ଜାବ ସରକାର ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିଛନ୍ତି।

[ad_2]
Show More
Back to top button