
ସତ୍ୟଶିଖା(ନୂଆଦିଲ୍ଲୀ) ୦୭/୧୨/୨୦୨୦ : ଦିଲ୍ଲୀ ପୋଲିସ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି । ଦେଶରେ ଭୟଙ୍କର ବିସ୍ଫୋରଣ ଘଟାଇବାକୁ ଷଡଯନ୍ତ୍ର କରୁଥିବା ୫ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ ଶାକରପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।କୁହାଯାଉଛି ଯେ, ଗିରଫ ଆତଙ୍କବାଦୀମାନେ ଇସଲାମିକ୍ ଷ୍ଟେଟ୍ ଓ ଖଲିସ୍ଥାନୀ ସମୁଦାୟ ସହ ଜଡିତ ଅଛନ୍ତି । ଦୀର୍ଘଦିନ ଧରି ଏହି ଆତଙ୍କବାଦୀଙ୍କ ବିରୋଧରେ ପୋଲିସ ଅପରେସନ ଚଳାଇଥିଲା । ଯାହା ସଫଳ ହୋଇଛି । ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।