ରାଶିଫଳ

ଶନିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶନିବାର ) ୦୫/୧୨/୨୦୨୦ :

ମେଷ –  ଆପଣ ଭୋଗ ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇବେ । କିନ୍ତୁ ବେପରୁଆ କାର୍ଯ୍ୟକଳାପରୁ ସ୍ୱାସ୍ଥ୍ୟ ସମ୍ପର୍କୀୟ ଚିନ୍ତାରେ ପଡିପାରନ୍ତି । ପ୍ରଶାସନ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

ବୃଷ – ପୁରାତନ ରୋଗପୀଡା,ଋଣ ପରିଶୋଧ ଓ ଆତ୍ମୀୟଙ୍କ ବିରୁଦ୍ଧାଚରଣ ବିଷୟରେ ଚିନ୍ତା କରିବେ । ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ଚେଷ୍ଟା କରି ସଫଳତା ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମିଥୁନ – ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ମଧ୍ୟ ଆଶାନୁରୂପ ନ ହେବା କାରଣରୁ ମାନସିକ ସ୍ଥିତି ବିଗିଡିଯିବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

କର୍କଟ – ସମୟର ଅନୁକୂଳ ପ୍ରବାହରେ ଧୀରେ ଧୀରେ ସମସ୍ୟା ସମାଧାନ କରି କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯାହା ଭାବୁଛନ୍ତି ତାହା ହିଁ ହେବାରେ ଅସୁବିଧା ରହିବ ନାହିଁ । ଶୁଭ ରଙ୍ଗ ହାଢ ନୀଳ । ଶୁଭ ଅଙ୍କ ୬ ।

ସିଂହ – କ୍ରମଶଃ ଅବନ୍ନତି ଘଟୁଥିବା ସ୍ୱାସ୍ଥ୍ୟ ସକାଶେ ମନସ୍ତାପ କରିବେ । ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କନ୍ୟା – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଚାପ କ୍ରମଶଃ କମିଯିବ । ପ୍ରତିବେଶୀଙ୍କ ସାହାଯ୍ୟ ନେଇ କୌଣସି ଅସମାହିତ କାମକୁ ସମ୍ପନ୍ନ କରିବ । କୌଣସି ବନ୍ଧୁଙ୍କ ସକାଶେ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୩ ।

ତୁଳା – ନୂତନ କର୍ମାରମ୍ଭ ସକାଶେ ମନ ବଳାଇ ଆନୁଷ୍ଠଙ୍ଗିକ ସାହାର୍ଯ୍ୟ, ସୁବିଧା ପାଇବେ । ବର୍ତ୍ତମାନ ସକାଶେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ । ଶୁଭ ରଙ୍ଗ କଳା । ଶୁଭ ରଙ୍ଗ ୫ ।

ବିଛା – ବିବାଦୀୟ କଥା,ଶତ୍ରୁତା କରୁଥିବା ବ୍ୟକ୍ତି, ଅର୍ଥ ସମ୍ପର୍କୀୟ ସମସ୍ୟା ବିଷୟରେ ଚିନ୍ତା କରିବେ । ଆତ୍ମୀୟଙ୍କ ପ୍ରତିରୋଧ ଆପଣଙ୍କ ଚିନ୍ତାଧାରାକୁ ବିଶୃଙ୍ଖଳିତ କରିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ଧନୁ – ବନ୍ଧୁଙ୍କ ସ୍ନେହ, ପାରିବାରିକ ଆଦର, ଅର୍ଥ ଓ ଦ୍ରବ୍ୟକାବ, ସନ୍ତାନସୁଖ ପ୍ରଭୃତି ପ୍ରାପ୍ତି ଘଟାଇବ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଶୁଭପ୍ରଦ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମକର – ଘରକଥା,ଜମିବାଡି, ଯାନବାହନ, ଲୋକସମ୍ପର୍କ, ଆଲୋଚନା ଭିତରେ ସମୟ ଅତିବାହିତ ହେବ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କୁମ୍ଭ  – ବିଭିନ୍ନ ସମସ୍ୟାମୂଳକ କାମର ଅନ୍ତ ଘଟିବା ସମ୍ବନ୍ଧରେ ଅବଗତ ହୋଇପାରିବେ । ଅବଶ୍ୟ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମୀନ – କୌଣସି କଥାକୁ କେନ୍ଦ୍ରକରି ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । କଳା,ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

 

Show More
Back to top button