ସ୍ପେଶାଲ୍ ରିପୋର୍ଟ
ଦେଶର ଟପ୍ ୧୦ ପୋଲିସ୍ ଷ୍ଟେସନ୍ ତାଲିକା


ସତ୍ୟଶିଖା ୦୪/୧୨/୨୦୨୦ : ଦେଶର ଟପ୍ ୧୦ଟି ପୋଲିସ୍ ଷ୍ଟେସନ୍ ତାଲିକାରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ସ୍ଥାନ ପାଇନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ର ଦେଶର ଟପ୍ ୧୦ଟି ପୋଲିସ ଷ୍ଟେସନ୍ ତାଲିକାରେ ମଣିପୁର, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ସିକିମ୍, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାବେଲୀର ଗୋଟିଏ ଲେଖାଏଁ ପୋଲିସ ଷ୍ଟେସନକୁ ସାମିଲ କରାଯାଇଛି । ଦେଶର ସମୁଦାୟ ୧୬,୬୭୧ ପୋଲିସ ଷ୍ଟେସନ୍ଙ୍କ ମଧ୍ୟରୁ ଡାଟା ଆନାଲିସିସ୍ ଡାଇରେକ୍ଟ ଅବ୍ଜରଭେସନ୍ ଓ ପବ୍ଲିକ୍ ଫିଡ୍ବେକ୍ ଅନ୍ତର୍ଗତ ଟପ୍ ୧୦ଟି ପୋଲିସ ଷ୍ଟେସନ ଗୁଡ଼ିକର ଚୟନ କରାଯାଇଛି । ଉଲ୍ଲେଖଯୋଗ୍ୟ, ୨୦୨୦ରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ଟପ୍ ୧୦ରେ ସ୍ଥାନ ପାଇନଥିବା ବେଳେ ୨୦୧୮ରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ତରଭା ପୋଲିସ ଷ୍ଟେସନ ଦେଶର ଟପ୍ ୧୦ ପୋଲିସ ଷ୍ଟେସନରେ ସ୍ଥାନ ପାଇଥିଲା ।