ରାଜ୍ୟ

ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ମିଳିଲା ଏମିତି ଦଣ୍ଡ

ବାଲିଗୁଡ଼ା (ଅଜିତ ନାୟକ): ‘ମୁଁ ଗୋଟିଏ ସ୍ୱାର୍ଥପର। ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲିପାରେ। ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ।’ ଏଭଳି ଲେଖା ଥିବା ପ୍ଲାକାଡକୁ ଆଜି ପୁଲିସ୍ କିଛି ଯୁବକଙ୍କ ହାତରେ ଧରାଇ ରାସ୍ତାରେ ଛିଡ଼ା କରାଇ ଦେଇଥିଲା। ଏ ଦୃଶ୍ୟ ଦେଖିବାକୁ ମିଳିଥିଳା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ।

କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆଜି ସକାଳେ ଏଠାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମର ଉଲ୍ଲଂଘନ କରିଥିଲେ। ଏଣୁ ଏହି ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବାଲିଗୁଡ଼ା ପୁଲିସ୍। ହାତରେ ପ୍ଲାକାଡ୍‌ ଧରାଇ ସେମାନଙ୍କୁ ଏଭଳି ଛିଡ଼ା କରାଯାଇଥିଲା। ଏହାସହ ସେମାନଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବାକୁ ଚେତାବନୀ ଦେଇଥିଲା।

ଏଭଳି କରିବା ଦ୍ୱାରା ଲୋକେ ଲଜ୍ଜିତ ହେବେ ଓ ଆଉ ଘରୁ ବାହିବେ ନାହିଁ । ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏପରି କରାଯାଇଥିବା ବାଲିଗୁଡ଼ା ପୁଲିସ୍ ପକ୍ଷରୁ କୁହାଯାଇଛି।

[ad_2]
Show More
Back to top button