

ସତ୍ୟଶିଖା (ଭଦ୍ରକ) ୨୭/୧୧/୨୦୨୦ : ବେଆଇନ ବାଲି ଚାଲାଣ ବେଳେ ଅତର୍କିତ ଚଢ଼ଉ l ୮ ଟ୍ରାକ୍ଟର ସହ ଗୋଟେ ଜେସିବି ଜବତ । ରାତି ସମୟରେ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଏହି ଗାଡି ଗୁଡିକୁ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ଅଞ୍ଚଳରୁ ବ୍ୟାପକ ଭାବେ ଚୋରା ବାଲି ଚାଲାଣ ହୋଇଥାଏ ।
ମୁଖ୍ୟତଃ ରାତି ସମୟରେ ଚୋରା ବାଲି ଚାଲାଣକାରୀ ସକ୍ରିୟ ହୋଇଥାନ୍ତି । ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ଓ ତହସିଲ କର୍ମଚାରୀଙ୍କ ମିଳିତ ଭାବେ ଧାମନଗର ବ୍ଲକର କଂକେଇଘାଟ ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବାଲି ଚୋରା ଚାଲାଣରେ ବ୍ୟବହୃତ ଓ ଚୋରା ବାଲି ବୋଝେଇ ୮ ଟି ଟ୍ରାକ୍ଟର ସହ ଗୋଟିଏ ଜେସିବିକୁ ଜବତ କରାଯାଇଛି ।