ଅପରାଧରାଜ୍ୟସ୍ପେଶାଲ୍ ରିପୋର୍ଟ
‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାରେ ଏହି ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଧାନସଭା ଗୃହରେ ପୋଷ୍ଟର, ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ଆସି ବିଜେପି, କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ । ସେମାନେ ଏସଆଇଟି ତଦନ୍ତ କରିବା ଲାଗି ଦାବି ବି ଉଠାଇଥିଲେ । ଏହାପରେ ବାଧ୍ୟ ହୋଇ ବାଚସ୍ପତି ସାଢେ ଏଗାରଟା ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଥିଲେ । ଏହାଛଡ଼ା ସେ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ ।