ଦୁର୍ଘଟଣାରାଜ୍ୟ

୧୮ଟି ହାତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ

ସତ୍ୟଶିଖା (ଖୋର୍ଦ୍ଧା) ୨୫/୧୧/୨୦୨୦ : ମଙ୍ଗଳବାର ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରସରକୁ ୧୮ଟି ହାତୀ ପଶି ଆସିଥିଲେ । ରାତିରେ ହଠାତ ଡ଼ାକ୍ତରଖାନା ଭିତରକୁ ହାତୀ ଆସିବାରୁ ରୋଗୀ, କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ୧୮ଟି ହାତୀ ମଧ୍ୟରୁ ୧୪ଟି ବଡ଼ ଓ ୪ଟି ଛୋଟ ହାତୀ ରହିଛନ୍ତି । ବର୍ତ୍ତମାନ ଲୋକ ଏବଂ ଗାଡ଼ି ଯାତାୟତ କରୁଥିବାରୁ ସନ୍ଧ୍ୟା ପରେ ହାତୀକୁ ଚନ୍ଦକାକୁ ନେବା ପାଇଁ ଅଭିଯାନ ଆରମ୍ଭ କରିବ ବନ ବିଭାଗ ।

ସୂଚନା ଅନୁଯାୟୀ, ହାତୀମାନେ ଡାକ୍ତରଖାନାର ସୀମା କାନ୍ଥ ଭାଙ୍ଗି ଡାକ୍ତରଖାନା ପରିସରରେ ପ୍ରବେଶ କରିଥିଲେ । ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହାତୀମାନେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଭିତରେ ଅବସ୍ଥିତ କାଜୁ ବଗିଚା ଭିତରେ ଥିବା ଦେଖିବାକୁ ମିଳିଛି ।ସୂଚନା ପାଇବା ପରେ ଖୋର୍ଦ୍ଧା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହସ୍ପିଟାଲ କ୍ୟାମ୍ପସ ନିକଟରେ ୧୩୨କେଭି ଇଲେକ୍ଟ୍ରିକ୍ ଲାଇନ୍ କ୍ରସିଂ ଥିବାରୁ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ସେସୁର ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି । ହାତୀ ଖାଦ୍ୟ ସନ୍ଧାନରେ ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଡାକ୍ତରଖାନାକୁ ଆସିଥିବା କୁହାଯାଉଛି ।

ଏହାପୂର୍ବରୁ ଅକ୍ଟୋବର ୪ରେ ଖୋର୍ଦ୍ଧା ଜିଲ୍ଲାର କାଇପାଦର ଜଙ୍ଗଲକୁ ଯାଉଥିବା ପ୍ରାୟ ୨୦-୨୫ ହାତୀରୁୁ ଦୁଇ ହାତୀ ଡାକ୍ତରଖାନାର ପାଚେରିର  ଏକ ଅଂଶ ଭାଙ୍ଗି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ପରିସରରେ ପ୍ରବେଶ କରିଥିଲେ । ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଜଙ୍ଗଲକୁ ନେଇଥିଲା ।

Show More
Back to top button