
ସତ୍ୟଶିଖା (ଭୁବନେଶ୍ଵର) ୨୫/୧୧/୨୦୨୦ : କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି ଆଜି ଉଚ୍ଚଶିକ୍ଷା ସଚିବ କହିଛନ୍ତି । ତେବେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଜି ନହେଲେ ଦିନେ ନା ଦିନେ ଏହା ଖୋଲିବ। ହୁଏତ ବିଳମ୍ବ ହୋଇପାରେ। । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ଘୁଞ୍ଚାଯିବ ବୋଲି ଶାଶ୍ଵତ ମିଶ୍ର ଆଜି କହିଛନ୍ତି ।ତେବେ ଶିକ୍ଷାବର୍ଷ ବାତିଲ କଥା ସାରା ଦେଶର ସରକାର ମିଶି ବିଚାର କରିବା କଥା । କାରଣ ଶିକ୍ଷାବର୍ଷ ବାତିଲ ଏକ ବହୁତ ବଡ଼ ନିଷ୍ପତ୍ତି । ଯଦି ବାତିଲ ହେଉଛି ତାହେଲେ ଛାତ୍ରଛାତ୍ରୀଙ୍କୁ କ୍ଷତି ସହିବାକୁ ପଡ଼ିବ । ସେହିପରି କଲେଜ ଓ ହଷ୍ଟେଲ ଖୋଲିବା ନେଇ ସବୁ ଦିଗରୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।