ଆସୁଛି ବାତ୍ୟା “ନିଭାର୍” : ଆଜି ଲ୍ୟାଣ୍ଡଫଲ

ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଭାରତ ମହାସାଗରରେ ଆସୁଛି ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୪୫ କିମି ବେଗରେ ଏହା ମାଡ଼ ହେବ । ଧିରେଧିରେ ଘନୀଭୂତ ହେଉଛି ବାତ୍ୟା ‘ନିଭାର’ । ଉପକୂଳ ଅତିକ୍ରମ ବେଳେ ପବନର ବେଗ ରହିବ ୧୨୦ ରୁ ୧୩୦କିମି । ଝଟକା ପବନ ବେଳେ ବେଗ ୧୪୫ କିମି ରହିବା ସମ୍ଭାବନା ରହିଛି ।ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବା ସମ୍ବାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ନିଭାର ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଚି ବୋଲି ଆଇଏମଡି ଆକଳନ କରିଛି । ଲ୍ୟାଣ୍ଡଫଲ ବେଳକୁ ସମୁଦ୍ରରେ ୨ ମିଟର ପଯ୍ୟନ୍ତ ଜୁଆର ଆସିପାରେ । ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁଡୁଚେରିରେ ୧୪୪ ଧାରା ଜାରି କରାଯାଇଛି । କଟକଣା ଗତ ରାତି ୯ ଟାରୁ ଲାଗୁ ହୋଇଥିବା ବେଳେ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ମୁକାବିଲା ନେଇ ତାମିଲନାଡୁ ଏବଂ ପୁଡୁଚେରି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରୁ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆଶ୍ବାସନ ।
ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍ ର ୩୦ଟି ଟିମ୍ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁ ଚେରିରେ ମୁତୟନ କରାଯାଇଛି। ତାମିଲନାଡୁ ଏବଂ ପୁଡୁଚେରିରେ ୯ଟି ଟିମ୍ ମୁତୟନ କରାଯାଇଚି। ଆରାକୋନାମ ଏବଂ ବିଜୟୱାଡାରେ ଗୋଟିଏ ଲେଖାଏଁ N.D.R.F battalion ମୁତୟନ କରାଯାଇଥିବା ସୂଚନା ଦେଇଚନ୍ତି N.D.R.F ଡିଜି ଏସ . ଏନ୍ . ପ୍ରଧାନ ।